#ମି ଠୁ ଅଭିଯାନର ବଡ଼ ପ୍ରଭାବ: ଯୌନ ଶୋଷଣର ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କ ସହ କାମ ନ କରିବା ପାଇଁ ଶପଥ ନେଲେ ଏହି ୧୧ ମହିଳା ଫିଲ୍ମ ନିର୍ମାତା

Advertisment
#ମି ଠୁ ଅଭିଯାନର ବଡ଼ ପ୍ରଭାବ: ଯୌନ ଶୋଷଣର ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କ ସହ କାମ ନ କରିବା ପାଇଁ ଶପଥ ନେଲେ ଏହି ୧୧ ମହିଳା ଫିଲ୍ମ ନିର୍ମାତା

NEWSJIZZ

ମୁମ୍ବାଇ: ପ୍ରଥମେ ଏତେଟା ଗୁରୁତ୍ୱ ବହନ କରି ନଥିବା # ମି ଠୁ ଅଭିଯାନ ଆଜି ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ୍‌ର ଇତିହାସରେ କେବେ ଘଟି ନଥିବା ଘଟଣା ସବୁ ଏବେ ଘଟୁଥିବା ବେଳେ ଅନେକ ଲୋକଙ୍କ ଅସଲ ମୁଖା ସାମ୍ନାକୁ ଆସିଛି । ପ୍ରଥମେ ଏହାର ପ୍ରଭାବ ଦେଖିବାକୁ ମିଳି ନଥିବା ବେଳେ ଏବେ ଏହାର ପ୍ରଭାବ ଧିରେ ଧିରେ ପଡ଼ୁଥିବାର ଦେଖା ଯାଉଛି । #ମି ଠୁ ଅଭିଯାନ ପାଇଁ ନାନାଙ୍କ ଭଳି କଳାକାରଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଥିବା ବେଳେ ଏବେ ବଲିଉଡ୍‌ର ୧୧ଜଣ ମହିଳା ଫିଲ୍ମ ନିର୍ମାତା ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଜୋୟା ଅଖ୍‌ତର, ଗୌରୀ ସିନ୍ଦେଙ୍କ ଭଳି ଫିଲ୍ମ ନିର୍ମତା ଯୌନ ଶୋଷଣରୁ ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କ ସହ କାମ କରିବେ ନାହିଁ ବୋଲି ଏକ ନୋଟ୍‌ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଦେଖା ଯାଇଛି ।

publive-image The Indian Express

ଏହି ନୋଟ୍‌ରେ, ଅଳଙ୍କୃତା ଶ୍ରୀବାସ୍ତବ, ଗୌରୀ ସିନ୍ଦେ, ଜୋୟା ଅଖ୍‌ତର, କିରଣ ରାଓ, କୋଙ୍କଣା ସେନ୍‌ ଶର୍ମା, ମେଘନା ଗୁଲଜାର, ନନ୍ଦିତା ଦାସ, ନିତ୍ୟା ମେହରା, ରୀମା କଗ୍‌ଟି, ଋଚି ନାରାୟଣ ଏବଂ ସୋନାଲି ବୋଷଙ୍କ ସ୍ୱାକ୍ଷର ରହିଥିବା ଦେଖିବାକୁ ମିଳିଛି । ଏହି ନୋଟ୍‌ରେ, ‘ଜଣେ ମହିଳା ଏବଂ ଫିଲ୍ମ ନିର୍ମାତା ହିସାବରେ ଆମେ ସବୁ ମହିଳା ମିଶି #ମି ଠୁ ଅଭିଯାନକୁ ସମର୍ଥନ ଜଣାଉଛୁ । ଆମେ ସମସ୍ତେ ମିଶି ପୀଡ଼ିତାମାନଙ୍କ ସହ ଛିଡ଼ା ହୋଇ ରହିଛୁ; ଯେଉଁ ମହିଳାମାନେ ସତରେ ଏସବୁ ସହିଛନ୍ତି ଏବଂ ପରେ ସାହାସ କରି ସେହି ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ଏହା ଏକ ବହୁତ ବଡ଼ ପରିବର୍ତ୍ତନ ।

publive-image jansatta.com

ଯେଉଁମାନଙ୍କ ଉପରେ ଯୌନ ଶୋଷଣ ନେଇ ଲାଗିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହେବ, ସେମାନଙ୍କ ସହିତ ଆମମାନଙ୍କ ମଧ୍ୟରୁ କେହି ବି କାମ କରିବେ ନାହିଁ । ଆମ ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ଏହା ଅନୁରୋଧ କି ସେମାନେ ମଧ୍ୟ ଏପରି କରନ୍ତୁ’, ବୋଲି ଉକ୍ତ ନୋଟ୍‌ରେ ଲେଖା ଯାଇଥିବା ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe