ଛୋଟ ପରଦାରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର

Advertisment
ଛୋଟ ପରଦାରେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଛୋଟ ପରଦାରେ ନଜର ଆସିବେ ବଡ଼ ପରଦାର ମହାନୟକ। ନିଜ ଅଭିନୟର ଯାଦୁରେ ତିନି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜୁତି କରିଥିବା ଓଲିଉଡ୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏବେ ଧାରାବାହିକରେ ଦେଖିବାକୁ ମିଳିବ। ଟେଲି ଅଭିନେତ୍ରୀ ସୁପ୍ରିୟା ନାୟକଙ୍କୁ ନେଇ ଆରମ୍ଭ ହୋଇଛି ଜୀ ସାର୍ଥକର ନୂଆ ମେଗା ଧାରାବାହିକ ‘କେମିତି କହିବି କହ’। ଏହି ସୋ’ରେ ରୋମାଣ୍ଟିସିଜମ୍‍, ମିଷ୍ଟ୍ରି ଓ ଥ୍ରିଲ୍‍ରର ଉପଯୁକ୍ତ ସମ୍ମିଶ୍ରଣ ଦେଖିବାକୁ ମିଳିବ। ଅକ୍ଷୟ ପରିଜା ପ୍ରଡକ୍ସନ୍‌ ପ୍ରସ୍ତୁତ ଏହି ଧାରାବାହି ଜାନୁଆରି ୨୫ରୁ ପ୍ରତି ସୋମବାରରୁ ଶନିବାର ପର୍ଯ୍ୟନ୍ତ ରାତି ୮ଟାରୁ ୮.୩୦ ପର୍ଯ୍ୟନ୍ତ ପ୍ରସାରିତ ହେଉଛି। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଧରାବାହିକର କଥାବସ୍ତୁ ପୃଥକ୍‌ ପିଢ଼ିର ଏକ ଯୋଡ଼ିଙ୍କର ଅଣପାରମ୍ପରିକ ପ୍ରେମ କାହାଣୀ ଉପରେ ଆଧାରିତ। ବୟସ, ସାମାଜିକ ସ୍ଥିତି ଓ ଜୀବନଶୈଳୀର ବସ୍ତୁବାଦୀ ସୀମା ସରହଦ ଊର୍ଧ୍ବକୁ ଯାଇ ଦୁଇ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନିରୁତା ପ୍ରେମକୁ ପ୍ରମାଣିତ କରିବାକୁ ଚାହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe