ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା

Advertisment
ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ମେଘା ଅଳ୍ପ କେତୋଟି ଓଡ଼ିଆସିନେମାରେ କାମ କରିଥିଲେ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ଦର୍ଶକ ‘ହିରୋଗିରି’ରେ ଶେଷ ଥର ଲାଗି ବଡ଼ ପରଦାରେ ଦେଖିବାକୁ ପାଇଥିଲେ। ମେଘା ଆଗରୁ ଲଭ ଡଟକମ୍, ଲୁଚକାଳି, ଚାନ୍ଦିନୀ ଆଇ ମିସ୍ ୟୁ, ଦୋସ୍ତି, ମୋଷ୍ଟ ୱାଣ୍ଟେଡ୍’, ଆଶିକ୍ ଆୱାରା ଏବଂ ହରି ଓମ୍ ହରି ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି।

publive-image image source-en.wikipedia.org

ମେଘା ଓଲିଉଡର କେତେକ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଅଶୋକ ପତି। ସେ ଅଶୋକଙ୍କ ସହ ଏଯାଏ ମାତ୍ର ଗୋଟିଏ ଓଡ଼ିଆ ସିନେମାରେ କାମ କରିଛନ୍ତି। ଏହି ସିନେମା ହେଲା ‘ଦୋସ୍ତି’। ଏଥିରେ ବାବୁସାନ୍, ସବ୍ୟସାଚୀ, ପ୍ରିୟା, ହରି , ପ୍ରୀତିରାଜ ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଦେଖା ଦେଇଥିଲେ। ‘ଦୋସ୍ତି’ରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିଥିଲେ ମେଘା।

ଏହାପରେ ମେଘା ନିର୍ଦ୍ଦେଶକ ଅଶୋକ ପତିଙ୍କ ଅନ୍ୟ କୌଣସି ଓଡ଼ିଆ ଛବିରେ ନଜର ଆସିନାହାନ୍ତି। ଅପରପକ୍ଷରେ ନାୟିକା ମେଘା  ବସନ୍ତ ସାହୁ, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ଅଶ୍ବିନୀ ଗଡ଼ନାୟକ ଓ ଦିଲୀପ ପଣ୍ଡାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe