ସ୍ମୃତି ଏକ ରୁପାଜହ୍ନ: ପ୍ରଣବଭାଇ ଶିଖାଇଥିବା ଗୀତ ଗାଇ ପ୍ରଥମ ପୁରସ୍କାର ଜିତିଥିଲି

Advertisment

ସବୁ ପ୍ରଥମ ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନିଏ। ପ୍ରଥମ ପ୍ରେମ ଓ ପ୍ରଥମ ଶିଶୁ ପରି ପ୍ରଥମ ସୃଷ୍ଟି, ପ୍ରଥମ ପୁରସ୍କାର, ପ୍ରଥମ ଅନୁଭବ ବ୍ୟକ୍ତି ପାଇଁ ସ୍ବତନ୍ତ୍ର ହୋଇଥାଏ। ସେଇଭଳି ଏକ ପ୍ରଥମ ପୁରସ୍କାର ପାଇବାର ଅନୁଭୂତିକୁ ଆମ ସହ ବାଣ୍ଟିଛନ୍ତି....

ସବୁ ପ୍ରଥମ ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନିଏ। ପ୍ରଥମ ପ୍ରେମ ଓ ପ୍ରଥମ ଶିଶୁ ପରି ପ୍ରଥମ ସୃଷ୍ଟି, ପ୍ରଥମ ପୁରସ୍କାର, ପ୍ରଥମ ଅନୁଭବ ବ୍ୟକ୍ତି ପାଇଁ ସ୍ବତନ୍ତ୍ର ହୋଇଥାଏ। ସେଇଭଳି ଏକ ପ୍ରଥମ ପୁରସ୍କାର ପାଇବାର ଅନୁଭୂତିକୁ ଆମ ସହ ବାଣ୍ଟିଛନ୍ତି....

dssxcxcxc

ବନ୍ଦନା ମିଶ୍ର୍ର

ସବୁ ପ୍ରଥମ ଆମ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନିଏ। ପ୍ରଥମ ପ୍ରେମ ଓ ପ୍ରଥମ ଶିଶୁ ପରି ପ୍ରଥମ ସୃଷ୍ଟି, ପ୍ରଥମ ପୁରସ୍କାର, ପ୍ରଥମ ଅନୁଭବ ବ୍ୟକ୍ତି ପାଇଁ ସ୍ବତନ୍ତ୍ର ହୋଇଥାଏ। ସେଇଭଳି ଏକ ପ୍ରଥମ ପୁରସ୍କାର ପାଇବାର ଅନୁଭୂତିକୁ ଆମ ସହ ବାଣ୍ଟିଛନ୍ତି ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର। ସେ ‘ଏଇ ପ୍ରୀତି ଫୁଲ ଝରା ପଥେ...’, ‘ଜହ୍ନ ଉଠିଥିବ ତାରା ଫୁଟିଥିବ...’, ‘ପାନ ଗୁଆ ଖଇର ଗୁଆକାତି...’, ‘ଶୁଆ ପୋଷିଥିଲା କେତେ ସେନେହ ଦେଇ...’ ଆଦି ଚର୍ଚ୍ଚିତ ଗୀତ ଗାଇ ଓଡ଼ିଶାର ଶ୍ରୋତାଙ୍କ ହୃଦୟରେ ରହିଛନ୍ତି। ପ୍ରାୟ ୫୦ ସିନେମାରେ କଣ୍ଠଦାନ କରିଥିବା ଏହି ବରିଷ୍ଠ କଣ୍ଠଶିଳ୍ପୀ ଆମ ସହ ତାଙ୍କ ପିଲାଦିନର ସ୍ମୃତିକୁ ବାଣ୍ଟିଛନ୍ତି।

‘‘୧୯୫୯-୬୦ ମସିହାର କଥା। ମୋତେ ସେତେବେଳେ ୬ ବର୍ଷ ବୟସ ହୋଇଥାଏ। ମୋର ସବୁଠାରୁ ବଡ଼ଭଉଣୀ ସେ ସମୟରେ ବିହାରର ପାଟ୍‌ନାରେ ଏକ କଲେଜରେ ଅଧ୍ୟାପନା କରୁଥିଲେ। ସେ ପ୍ରତିବର୍ଷ ଗ୍ରୀଷ୍ମ ଓ ଦଶହରା ଛୁଟିରେ ଓଡ଼ିଶା ଆସନ୍ତି। ଆମେ କଟକରେ ଭଡ଼ାଘରେ ରହୁଥାଉ। ମୋ ଭଉଣୀ ଛୁଟିରେ ଘରକୁ ଆସିଥାନ୍ତି। ମୁଁ ସେ ସମୟରେ ଜିଦ୍ କରି ତାଙ୍କ ସହ ପାଟ୍‌ନା ଯିବାକୁ ବାହାରିଲି। ସେ ମୋ ପାଖରେ ଗୋଟାଏ ସର୍ତ୍ତ ରଖିଲେ। ସେ କହିଲେ କି ଯଦି ମୋ ସହ ଯିବୁ, ମୁଁ ପୁଣି ପରବର୍ତ୍ତୀ ଛୁଟିରେ ଘରକୁ ଆସିବା ବେଳେ ଯାଇ ଆସିବୁ। ଅଧାରୁ ମୁଁ ତୋତେ ଛାଡ଼ିବାକୁ ଆସିପାରିବି ନାହିଁ। ମୁଁ ସେଥିରେ ରାଜି ହେଲି ଓ ଗଲି ମଧ୍ୟ।

ମୋ ଭଉଣୀ ଓ ପାଟ୍‌ନା ମହିଳା କଲେଜରେ କାର୍ଯ୍ୟରତ ତାଙ୍କ ମହିଳା ସହକର୍ମୀମାନେ ମିଶି ଏକ ମେସ୍ କରି ରହୁଥିଲେ। ମୁଁ ମୋ ଭଉଣୀଙ୍କ ରୁମ୍‌ରେ ଯାଇ ରହିଲି। ସେଠି ପ୍ରାୟ ୪ ମାସ ଖଣ୍ଡେ ରହିଛି। ସେଠି ମୁଁ ପ୍ରତିଦିନ ପ୍ରାର୍ଥନା କରେ। ମୋ ପ୍ରାର୍ଥନା ମୋ ଭଉଣୀଙ୍କର ଜଣେ ବଙ୍ଗୀୟ ସହକର୍ମୀଙ୍କୁ ଶୁଣିବାକୁ ଭଲ ଲାଗିଲା। ସେ ମୋତେ ଡାକି କହିଲେ, ‘ତମେ ତ ଭଲ ଗାଉଛ। ତମ ସ୍ବର ବି ବହୁତ ଭଲ। ଆସ ମୁଁ ତୁମକୁ ଗୀତ ଶିଖେଇ ଦେବି।’ ସେତେବେଳେ ଲତା ମଙ୍ଗେସ୍‌କର୍‌ ଗାଇଥିବା‌ ଏକ ବଙ୍ଗଳା ଗୀତ ଆସିଥାଏ- ‘ନା ଯେଓନା ରଜନୀ ଏଖନ୍ ବାକି...’’। ସେଇ ଗୀତଟିକୁ ସେ ମୋତେ ଶିଖେଇଥିଲେ। ତାହା ହିଁ ଥିଲା ମୋ ଜୀବନର ପ୍ରଥମ ସଂଗୀତ ଶିକ୍ଷା।

ତା’ପରେ ମୁଁ କଟକ ଆସିବା ପରେ ରାଣୀହାଟ ସ୍କୁଲ୍‌ରେ ନାଁ ଲେଖାଇଲି। ଆମ ସ୍କୁଲ୍‌ରେ ସେତେବେଳେ ପ୍ରତିବର୍ଷ ସରସ୍ବତୀ ପୂଜାରେ ଗୀତ ପ୍ରତିଯୋଗିତା ହେଉଥାଏ। ମୁଁ ସେଥିରେ ଅଂଶଗ୍ରହଣ କରିବାକୁ ନାଁ ଦେଲି। ମୋ ବଡ଼ଭାଇ ଶାନ୍ତନୁ ମହାପାତ୍ରଙ୍କୁ ଯାଇ କହିଲି, ମୋତେ ଗୋଟିଏ ଗୀତ ଶିଖେଇଦିଅ। ସେତେବେଳେ ପ୍ରଣବ ପଟ୍ଟନାୟକ ବରାବର ଆମ ଘରକୁ ଆସୁଥାନ୍ତି। ମୋ ଭାଇଙ୍କ କଥା ରଖି ସେ ମୋତେ ଏକ ଗୀତ ଶିଖେଇଦେଲେ ଏବଂ ମୁଁ ସେଇଟିକୁ ଆମ ସ୍କୁଲ୍‌ରେ ଗାଇଲି। ପ୍ରାୟ ୭୦ ପିଲାଙ୍କ ଭିତରେ ମୁଁ ପ୍ରଥମ ହୋଇପାରିଥିଲି। ସେଦିନର ସ୍ମୃତି ମୋର ଏବେ ବି ଜଳଜଳ ହୋଇ ମନେଅଛି। କାରଣ ପ୍ରଥମଥର ପାଇଁ ମୁଁ ମଞ୍ଚକୁ ଚଢ଼ି ଗୀତ ଗାଇଥିଲି। କେବଳ ସେତିକି ନୁହେଁ; ସେଇଟା ଥିଲା ମୋ ଜୀବନର ପ୍ରଥମ ପୁରସ୍କାର। ସେତେବେଳେ ଜଣେ ଅଷ୍ଟମ ଶ୍ରେଣୀର ପିଲା ପାଇଁ ମଞ୍ଚରେ ଗୀତଗାଇ ପ୍ରଥମ ପୁରସ୍କାର ଗ୍ରହଣ କରିବାଠାରୁ ବଡ଼ ଖୁସି ଆଉ କ’ଣ ବା ହୋଇପାରେ!’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe