କଙ୍ଗନା ଓ ରାଜ କୁମାରଙ୍କ ଭୟାନକ କାରାନାମା!

Advertisment
କଙ୍ଗନା ଓ ରାଜ କୁମାରଙ୍କ ଭୟାନକ କାରାନାମା!

photo-india tv

ମୁମ୍ବାଇ:‘ମଣିକର୍ଣ୍ଣିକା’ର ସଫଳତା ପରେ ଏବେ ବଲିଉଡର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତଙ୍କର ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ପ୍ରସ୍ତୁତ। ଏହି ଫିଲ୍ମ ହେଲା ‘ମେଣ୍ଟାଲ୍‌ ହେ କ୍ୟା’ଏଥିରେ କଙ୍ଗନାଙ୍କ ସହ ଜଣାଶୁଣା ଅଭିନେତା ରାଜ କୁମାର ରାଓ ଅଛନ୍ତି ମୁଖ୍ୟ ଭୂମିକାରେ। ଏହି ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷିତ ହୋଇଛି। ଏ ସଂପର୍କରେ ନିଜର ଫ୍ୟାନ୍‌ମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ନୂଆ ମୋସନ୍‌ ପୋଷ୍ଟର ଜାରି କରାଯାଉଛି। ଏଥିରେ ନାୟକ ରାଜ କୁମାର ରାଓ ଏବଂ ନାୟିକା କଙ୍ଗନା ରାନାଓ୍ଵତଙ୍କୁ ଭୟାନକ ଶୈଳୀରେ ଦେଖିବାକୁ ମିଳିଛି।

ଏହି ସିନେମାର ପୋଷ୍ଟରରେ ରାଜ କୁମାର ରାଓ ଏବଂ କଙ୍ଗନା ରାନାଓ୍ଵତ୍‌ କେତେବେଳେ ନିଆଁରେ ଖେଳୁଥିବାର ତ ପୁଣି କେତେବେଳେ ବ୍ଲେଡ୍‌କୁ ନିଜ ଜିଭରେ ରଖିଥିବା ମିଳିଛି। ବାଲାଜୀ ମୋସନ ପିକଚର୍ସ ବ୍ୟାନରରେ ନିର୍ମିତ ‘ମେଣ୍ଟାଲ୍‌ ହେ କ୍ୟା’ର ନିର୍ଦ୍ଦେଶକ ହେଲେ ପ୍ରକାଶ କୋବେଲାଯୁଦୀ।ଏହା ଆଗାମୀ ଜୁନ୍‌ ୨୧ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe