ଯୌନ ଶୋଷଣର ଆରୋପ ଲାଗିବା ପରେ ନିଜ ଏନ୍‌ଜିଓର ଟ୍ରଷ୍ଟିଙ୍କୁ କାର୍ଯ୍ୟନିବୃତ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

Advertisment
ଯୌନ ଶୋଷଣର ଆରୋପ ଲାଗିବା ପରେ ନିଜ ଏନ୍‌ଜିଓର ଟ୍ରଷ୍ଟିଙ୍କୁ କାର୍ଯ୍ୟନିବୃତ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

The Indian Express

ମୁମ୍ବାଇ: #ମି ଠୁ ଅଭିଯାନ ଜରିଆରେ ଅନେକ ଯୌନ ଶୋଷଣର ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଏନ୍‌ଜିଓର ଟ୍ରଷ୍ଟିଙ୍କ ଉପରେ ଏହି ଆରୋପ ଲଗାଯାଇଛି । ଟ୍ରଷ୍ଟିଙ୍କ ଉପରେ ୪ଜଣ ମହିଳା ଯୌନ ଶୋଷଣ ଭଳି ସଙ୍ଗୀନ ଆରୋପ ଲଗାଇବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ।

publive-image oneindia.com

ସବୁ ଜାଣିବା ପରେ ସେ ତୁରନ୍ତ ନିଜ ଏନ୍‌ଜିଓ ‘ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ’ର ଟ୍ରଷ୍ଟି ଅନିର୍ବାନ ଦାସ ବ୍ଲାହଙ୍କୁ ଟ୍ରଷ୍ଟି ପଦରୁ ବହିଷ୍କାର କରିଥିବା ଜଣା ପଡ଼ିଛି । ବହିଷ୍କାର ପରେ ‘ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ’(ଟିଏଲ୍‌ଏଲ୍‌ଏଲ୍‌ଏଫ୍‌) ତରଫରୁ ଏକ ବୟାନ ଜାରି କରାଯାଇଥିଲା । ଯେଉଁଥିରେ ଟିଏଲ୍‌ଏଲ୍‌ଏଲ୍‌ଏଫ୍‌ରେ ଯୌନ ଶୋଷଣକୁ ନେଇ ଜିରୋ ଟଲରେନ୍ସ ପଲିସି ରହିଛି । ଏବଂ ଏହା ମହିଳାମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦେବା ପାଇଁ ସବୁବେଳେ ସଂସ୍ଥା ତତ୍ପର ବୋଲି ଏକ ଟ୍ଵିଟ୍‌ ଜରିଆରେ ଟିଏଲ୍‌ଏଲ୍‌ଏଲ୍‌ଏଫ୍‌ ତରଫରୁ କୁହାଯାଇଥିବା ଦେଖାଯାଇଛି । ଅନ୍ୟ ପକ୍ଷରେ, ଆରୋପ ଲାଗିବା ପରେ ଗିରଫ ହେବା ଡ଼ରରେ ଅନିର୍ବାନ ଦେଶ ଛାଡ଼ି ପଳାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe