ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ଆଣିଲେ ଯୌନ ଶୋଷଣର ଅଭିଯୋଗ, ସ୍କ୍ରିପ୍ଟ ଲେଖକ ମୁସ୍ତକ୍‌ ଶେଖ୍‌ଙ୍କ ଉପରେ ଲଗାଇଲେ ଆରୋପ

Advertisment
ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ଆଣିଲେ ଯୌନ ଶୋଷଣର ଅଭିଯୋଗ, ସ୍କ୍ରିପ୍ଟ ଲେଖକ ମୁସ୍ତକ୍‌ ଶେଖ୍‌ଙ୍କ ଉପରେ ଲଗାଇଲେ ଆରୋପ

bollywoodbubble.com

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ପ୍ରତିଦିନ ସାମିଲ ହେଉଥିବା ନାଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ପୂର୍ବରୁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ କରିଥିବା ବେଳେ ଏବେ ଜଣେ ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ଅଭିନେତା ସାକ୍ୟୁବ୍‌ ସଲିମ୍‌ ମଧ୍ୟ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଥିଲୋ ଏବେ ଏହି ସୂଚୀରେ ସାମିଲ ହୋଇଛନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ରାହୁଲ ସିଂହ । ଭଲ ଚରିତ୍ର ଦେବା ଆଳରେ ପ୍ରସିଦ୍ଧ ସ୍କ୍ରିପ୍ଟ ଲେଖକ ଏବଂ ପ୍ରଯୋଜକ ମୁସ୍ତକ୍‌ ଶେଖ୍‌ ତାଙ୍କର ଶୋଷଣ କରିଥିଲେ ବୋଲି ଏହି ଅଭିନେତା-ମଡ଼େଲ ଅଭିଯୋଗ ଆଣିଛନ୍ତି ।

publive-image bollywoodbubble.com

ଏକ ସାକ୍ଷାତକାରେ ନିଜ ସହ ହୋଇଥିବା ଶୋଷଣ ବିଷୟରେ ଜଣାଇବାକୁ ଯାଇ ସେ କହିଛନ୍ତି, "ମୁଁ ୧୯ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ବେଳେ ପ୍ରଥମେ ମୁସ୍ତାକ୍‌ ଶେଖ୍‌ଙ୍କ ସହ ମୋର ପରିଚୟ ହୋଇଥିଲା । ସେ ମୋ ଲୁକ୍‌ ଦେଖି ମୋତେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଥରେ ସେ ମୋତେ ତାଙ୍କ ଘରକୁ ଡ଼ାକିବା ସହ ତାଙ୍କ ଦୁଇ ଭଉଣୀଙ୍କୁ ଚିହ୍ନା କରାଇଥିଲେ । ପରେ ତାଙ୍କ ରୁମ୍‌କୁ ଯିବା ପରେ ସେ ମୋତେ କହିଥିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ ମୋତେ କହିଥିଲେ ମୁଁ କିଛି ଏମିତି କରିବାକୁ ଯାଉଛି, ଯାହାକୁ ତୁମେ ଭଲ ଭାବରେ ଉପଭୋଗ କରିବ । ଏହା ଟିକେ ଅଲଗା । କିନ୍ତୁ ତୁମକୁ ପସନ୍ଦ ଆସିବ । ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ପରେ ସେ ମୋତେ ଏକ ଧାରାବହିକରେ କାମ ଦେବା ନେଇ ତାଙ୍କ ସହ ଯୌନସଂପର୍କ ପାଇଁ କହିଥିଲେ । କିନ୍ତୁ ମୁଁ ମନା କରିବାକୁ ସେ ଧାରାବାହିକରୁ ମୋ ନାଁ କଟା ଯାଇଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe