ବଲିଉଡ୍‌ ପରେ ଏବେ ଟଲିଉଡ୍‌ରେ #ମି ଠୁ : ଲୋକପ୍ରିୟ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାର୍‌ଙ୍କ ଉପରେ ଲାଗିଲା ଯୌନ ଶୋଷଣର ଆରୋପ, ଜାଣନ୍ତୁ ପୂରା ଘଟଣା...

ବଲିଉଡ୍‌ ପରେ ଏବେ ଟଲିଉଡ୍‌ରେ #ମି ଠୁ : ଲୋକପ୍ରିୟ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାର୍‌ଙ୍କ ଉପରେ ଲାଗିଲା ଯୌନ ଶୋଷଣର ଆରୋପ, ଜାଣନ୍ତୁ ପୂରା ଘଟଣା...

Pragativadi

ନୂଆଦିଲ୍ଲୀ: ବଲିଉଡ୍‌ରେ ଝଡ଼ ସୃଷ୍ଟି କରିବା ପରେ ଏବେ ଟଲିଉଡ୍‌ ମୁହାଁ ହୋଇଛି #ମି ଠୁ ଅଭିଯାନ । ପୂର୍ବରୁ ଏହି ଅଭିଯାନ ଜରିଆରେ ଟଲିଉଡ୍‌ ଅଭିନେତ୍ରୀ ଶ୍ରୀରେଡ଼୍ଡୀ ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଅର୍ଜୁନ ସରଜାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଜଣା ପଡ଼ିଛି । ଅଭିନେତ୍ରୀ ସୃତି ହରିହରଣ ନିଜ ଫିଲ୍ମ ସୁଟିଂ ସମୟର ଏକ ଘଟଣା ବିଷୟରେ ଜଣାଇ ଅଭିନେତା ଅର୍ଜୁନ ସରଜାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି । ଟ୍ଵିଟ୍‌ କରି ସେ ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇବା ସହ ଅଭିନେତା ଅର୍ଜୁନ ସହ କଳାକାରଙ୍କ ସହ ମିଶିବାର ସୀମା କେତେ ରହିବା ଦରକାର ତାହା ଜାଣନ୍ତୁ ବୋଲି କହିଛନ୍ତି ।

publive-image thenewsminute.com

ନିଜ ଟ୍ଵିଟ୍‌ରେ,"ସୁଟିଂ ପୂର୍ବରୁ ଫିଲ୍ମରେ ଥିବା କିଛି ଦୃଶ୍ୟର ଅଭ୍ୟାସ ଚାଲିଥିବା ବେଳେ ଅଭିନେତା ଅର୍ଜୁନ ଆସି ମୋତେ ଆଲିଙ୍ଗନ କରିବା ସହ ମୋ ପିଠିରୁ ତଳକୁ ହାତ ବୁଲାଇ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ । ଫିଲ୍ମରେ ସାଥୀରେ କାମ କରିଥିଲେ ମଧ୍ୟ ତାଙ୍କର ଏଭଳି ବ୍ୟବହାର ମୋତେ ପସନ୍ଦ ଆସି ନଥିଲା । ତାଙ୍କର ଏପରି ବ୍ୟବହାରରେ ମୁଁ ରାଗି ଯାଇଥିଲି । କାରଣ, ସେ ସମୟରେ ତାଙ୍କୁ ମୁଁ କ’ଣ କହିବି ଜାଣି ପାରୁ ନଥିଲି । କିନ୍ତୁ ଏବେ ଏ ଘଟଣା ବିଷୟରେ ଜଣାଇବାର ମୁଖ୍ୟ କାରଣ ହେଉଛି,ଆଗକୁ ଯେମିତି ସେ ଏଭଳି କିଛି ନ କରନ୍ତୁ । ଦୁଇ କଳାକାରଙ୍କ ମଧ୍ୟରେ ଥିବା ସୀମାକୁ ସେ ନ ଲଙ୍ଘିବା ସହ ନିଜ ଷ୍ଟାର ପାଓ୍ଵାରକୁ ଭୁଲ ବାଟରେ ବ୍ୟବହାର ନ କରନ୍ତୁ ବୋଲି ମୁଁ ଏ ବିଷୟରେ ଖୁଲାସା କରିଛି ବୋଲି କହିଛନ୍ତି ସୃତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe