‘ମି ଠୁ’ଯୌନ ଶୋଷଣ ମାମଲାରେ ଦୋଷମୁକ୍ତ ହେଲେ ନିର୍ଦ୍ଦେଶକ ବିକାଶ ବହଲ୍‌

‘ମି ଠୁ’ଯୌନ ଶୋଷଣ ମାମଲାରେ ଦୋଷମୁକ୍ତ ହେଲେ ନିର୍ଦ୍ଦେଶକ ବିକାଶ ବହଲ୍‌

photo-jansatta

ମୁମ୍ବାଇ:‘ମି ଠୁ’ଅଭିଯାନରେ ବଲିଉଡ ନିର୍ଦ୍ଦେଶକ ବିକାଶ ବହଲ ଫସିଥିଲେ। ତାଙ୍କ ବିରୋଧରେ ଜଣେ ପୂର୍ବତନ ସହକର୍ମୀ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର-୩୦’ର ନିର୍ଦ୍ଦେଶକ ଭାବେ କ୍ରେଡିଟ୍‌ ରୁ ବାଦ୍‌ ଦିଆଯିବାର ନିଷ୍ପତ୍ତି ହୋଇଥିଲା। ତେବେ ମିଳିଥିବା ତାଜା ତଥ୍ୟ ନୁଯାୟୀ ବିକାଶ ବହଲଙ୍କୁ ରିଲାଏନ୍‌ସ ଏଣ୍ଟରଟେନ୍‌ମେଣ୍ଟ ନିଜର ତଦନ୍ତରେ ଜାଣିପାରଛି ଯେ ବିକାଶ ଦୋଷମୁକ୍ତ। ଏଣୁ ତାଙ୍କ କଂପାନି କ୍ଲିନ୍‌ ଚିଟ୍‌ ଦେଇଛି।

ବିକାଶ ବହଲ ଏବେ ତାଙ୍କର ଆଗାମୀ ଫିଲ୍ମ’ସୁପର-୩୦’ର ନିର୍ଦ୍ଦେଶକ ର କ୍ରେଡିଟ୍‌ ପୁଣି ଫେରିପାଇବେ ବୋଲି କୁହାଯାଉଛି। ଖୁବ୍‌ ଶୀଘ୍ର ଏହାର ଟ୍ରେଲର୍‌ ରିଲିଜ୍‌ କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ ବିକାଶ ବହଲ ‘ମି ଠୁ ’ମାମଲା ଛନ୍ଦି ହେବାପରେ ତାଙ୍କର ଦୁଇ ସହଯୋଗୀ ପ୍ରଯୋଜକ ଅନୁରାଗ କଶ୍ୟପ ଓ ବିକ୍ରମାଦିତ୍ୟ ମୋଟଓ୍ଵାନିଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ଖାଲି ସେତିକି ନୁହେଁ ସେ ଫାଣ୍ଟମ୍‌ ଫିଲ୍ମସରୁ ମଧ୍ୟ ବିକାଶ ଅଲଗା ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe