ଚର୍ଚ୍ଚାରେ ମିହିକାଙ୍କ ରାଜକୀୟ ଲେହେଙ୍ଗା

Advertisment
ଚର୍ଚ୍ଚାରେ ମିହିକାଙ୍କ ରାଜକୀୟ ଲେହେଙ୍ଗା

India Today

‘ବାହୁବଳୀ’ ଖଳନାୟକ ଭଲ୍ଲାଲଦେବ ଓରଫ ରାଣା ଦଗ୍ଗୁବାତୀଙ୍କୁ ବିବାହ ସମୟ‌ରେ ମିହିକା ପିନ୍ଧିଥିବା ହାତ ତିଆରି ଲେହେଙ୍ଗାକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ୧୦ ହଜାର ଘଣ୍ଟାରୁ ଊର୍ଧ୍ବ ସମୟ ଲାଗିଥିଲା। ପ୍ରଖ୍ୟାତ ଡିଜାଇନର୍‌ ଅନାମିକା ଖାନ୍ନା ଏହାକୁ ଡିଜାଇନ୍ କରିଥିଲେ। ସୁନା ଓ କ୍ରିମ୍‌ ରଙ୍ଗର ଏହି ଲେହେଙ୍ଗା ପିନ୍ଧି ମିହିକା କୌଣସି ଅପସରାଠାରୁ କମ୍‌ ସୁନ୍ଦର ଦେଖାଯାଉନଥିଲେ। ହାତ ତିଆରି ଜର୍‌ସୋଦି, ଚିକନ୍‌କରି ଓ ଗୋଲ୍ଡ ମେଟାଲ୍‌ ୱାକ୍‌ ଲେହେଙ୍ଗା ଦେଖିବାକୁ ଯେତିକି ସୁନ୍ଦର, ସେତିକି ସମ୍ଭ୍ରାନ୍ତ ମଧ୍ୟ ଦିଶୁଥିଲା। ଟ୍ବିଟ୍‌ କରି ଅନାମିକା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୮ ତାରିଖ‌ରେ ମିହିକା ଓ ରାଣା ହାଇଦ୍ରାବାଦସ୍ଥିତ ରାମାନାଇଡୁ ଷ୍ଟୁଡିଓରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe