ଏହିସବୁ ସିନେମାରେ ପୁଅ ଅମ୍ଳାନଙ୍କ ସହ ନଜର ଆସିଛନ୍ତି ମିହିର ଦାସ

Advertisment
ଏହିସବୁ ସିନେମାରେ ପୁଅ ଅମ୍ଳାନଙ୍କ ସହ ନଜର ଆସିଛନ୍ତି ମିହିର ଦାସ

ଭୁବନେଶ୍ବର: ଦିବଙ୍ଗତ ଅଭିନେତା ମିହିର ଦାସଙ୍କୁ ଓଲିଉଡର ଅଧିକାଂଶ ନାୟକଙ୍କ ସହ ବଡ଼ ପରଦାରେ ଦେଖିବାକୁ ମିଳିଛି। ଏଥିମଧ୍ୟରୁ ବାଦ୍ ପଡ଼ିନାହାନ୍ତି ତାଙ୍କ ପୁଅ ଅମ୍ଳାନ। ଏବେ ତ ଓଡ଼ିଆ ସିନେ ଜଗତର ଜଣେ ଟପ୍‌ ନାୟକ ହେଉଛନ୍ତି ଅମ୍ଳାନ। ତାଙ୍କ ହାତରେ ରହିଛି ଏବେ ବେଶ୍ କେତୋଟି ଓଡ଼ିଆ ଛବି।
ଅମ୍ଳାନ ୨୦୧୩ରେ ‘ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋ ଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି। ଏହି ସିନେମାରେ ମିହିର ଓ ଅମ୍ଳାନଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇଥିଲେ।
ଏହାପରେ ପିତା-ପୁତ୍ର ଯୋଡ଼ିଙ୍କୁ ସୁନୀଲ ରାଉତଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ’ ଦେହର ଛାଇ’ରେ ଏକାଠି ଦେଖିବାକୁ ମିଳିଥିଲା। ଏଥିରେ ଅମ୍ଳାନ ନାୟକ ଓ ମିହିର ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏହି ସିନେମାରେ ରୀୟା ଦେ ଓ ସ୍ମିତା ମହାନ୍ତି ପ୍ରମୁଖ ବି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ପୁଣି ମିହିର ଦାସ ଓ ଅମ୍ଳାନ ଏସ୍‌.କେ. ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ନୂଆ ନୂଆ ପ୍ରେମରେ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଗଳ କରିଛୁ ତୁ’, ‘ତୁ କହିବୁ ନା ମୁଁ’ ଓ ପ୍ରଦୀପ ଭୋଳଙ୍କ ନିର୍ଦ୍ଦେଶିତ ‘ଚିନି’ରେ ବି ଏକାଠି ନଜର ଆସିଥିଲେ। କିନ୍ତୁ ଦୁଃଖର କଥା ଆଗକୁ ଏ ଦୁଇ ନାମୀ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe