ଭୁବନେଶ୍ବର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କର ଏଭଳି ଏକ ଓଡ଼ିଆ ସିନେମା ଆଗକୁ ଆସୁଛି, ଯେଉଁଥିରେ ତାଙ୍କୁ ମଜାଦାର ଭୂମିକାରେ ଦେଖିବାକୁ ମିଳିବ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ଯାହାର ଶୀର୍ଷକ ହେଲା ‘ପଗ୍ଲୁ’।
‘ପଗ୍ଲୁ’ର କାହାଣୀ ଅନୁଯାୟୀ ମିହିର ଦାସ ଓ ଅପରାଜିତା ଦୁହେଁ ଅବିବାହିତା। ଦୁହିଁଙ୍କର ବୟସ ପଚାଶ ବି ଟପିଯାଇଛି। ହେଲେ ସେ ଦୁହେଁ ଭିନ୍ନ ଭିନ୍ନ କାରଣରୁ ଆଜି ବି ଅବିବାହିତ।
/sambad/media/post_attachments/wp-content/uploads/2021/12/paglu-odia-film-mihir-aparajita.jpg)
ମିହିର ଜଣେ ଡାକ୍ତର, ହେଲେ ଅପରାଜିତା ଅଛନ୍ତି ଜଣେ ଶିକ୍ଷୟିତ୍ରୀ ଭୂମିକାରେ। ଘଟଣାଚକ୍ରରେ ସେଦୁହେଁ ପରସ୍ପରକୁ ଭଲପାଇ ବସିଛନ୍ତି।  ଏ ଦୁହିଁଙ୍କର ଏକ ଜବରଦସ୍ତ ପ୍ରେମ କାହାଣୀ ରହିଛି ‘ପଗ୍ଲୁ’ରେ। ୟଙ୍ଗ୍ ଯୋଡି ଅଭିଷେକ-ପ୍ରକୃତିଙ୍କ ଲଭଷ୍ଟୋରି ସାଙ୍ଗକୁ ମିହିର- ଅପରାଜିତା ପ୍ରେମ କାହାଣୀ ବି ସମାନ୍ତରାଳ ଭାବରେ ଗତି କରିଛି।
ଯଦି ଆପଣମାନେ ଜାଣିବାକୁ ଚାହାଁନ୍ତି ଯେ, ମିହିର ଓ ଅପରାଜିତାଙ୍କ ବୟସ୍କ ପ୍ରେମ କାହାଣୀ ଅବଶେଷରେ କି ରୂପ ନେଉଛି, ସେ ଦୁହେଁ କାହିଁକି ବିବାହ କରି ନାହାନ୍ତି ଓ ଯୁବ ପ୍ରେମୀ ଯୁଗଳ ଅଭିଷେକ-ପ୍ରକୃତିଙ୍କ ସହିତ କି ସଂପର୍କ ରହିଛି, ଏଥିପାଇଁ ଆପଣଙ୍କୁ ‘ପଗ୍ଲୁ’ର ରିଲିଜ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।
ଏହି ସିନେମାରେ ମିହିର ଦାସଙ୍କ ବ୍ୟତୀତ ଅପରାଜିତା, ନବାଗତ ଅଭିଷେକ, ପ୍ରକୃତି ମିଶ୍ର, ଦୈତାରି ପଣ୍ଡା ଓ ପପୁ ପମ୍ପମ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଜଗନ୍ନାଥ ପାଟ୍ଟଯୋଶୀ ମହାପାତ୍ର ଏହାର ନିର୍ମାତା ଏବଂ ରାମପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ। ‘ପଗ୍ଲୁ’ର ସଙ୍ଗୀତକାର ହେଲେ ଅଭିଜିତ୍ ମଜୁମଦାର।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/12/8e1dad6e-e16f-48c2-ae2b-6c523d1dab31.jpg)