କେଆରକେଙ୍କ ଘରର କାଚ ଭାଙ୍ଗି ଦେଇଥିଲେ କପିଲ !

Advertisment

ନିକଟରେ ଏକ ସାକ୍ଷାତକାରରେ ମିକା ସିଂ ପ୍ରକାଶ କରିଛନ୍ତି ଯେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା କେ.ଆର.କେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ପିଟିବାକୁ ଚାହୁଁଥିଲେ।

ନିକଟରେ ଏକ ସାକ୍ଷାତକାରରେ ମିକା ସିଂ ପ୍ରକାଶ କରିଛନ୍ତି ଯେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା କେ.ଆର.କେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ପିଟିବାକୁ ଚାହୁଁଥିଲେ।

tkapill

ମୁମ୍ବାଇ: ନିଜକୁ ସିନେ ସମୀକ୍ଷକ ବୋଲି ଦାବି କରୁଥିବା କମଲ ଆର ଖାନ ତାଙ୍କ ବିବୃତ୍ତି ହେତୁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି | ଫିଲ୍ମ ରିଲିଜ ହେଲେ ଏହା ବିଷୟରେ ଆଲୋଚନା କରି ସେ ଅନେକ କଳାକାରଙ୍କୁ ଟାର୍ଗେଟ କରନ୍ତି, ଯେଉଁଥି ପାଇଁ ସେ ବିବାଦୀୟ ହୋଇପଡନ୍ତି | ଏବେ ତାଙ୍କୁ ମାଡ଼ ମାରିବା ପାଇଁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଘରକୁ ଯାଇଥିଲେ ବୋଲି ଜଣାପଡିଛି | ପଞ୍ଜାବୀ ଗାୟକ ମିକା ସିଂ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି | | 

ନିକଟରେ ଲଲନଟପକୁ ଦେଇଥିବା ଏକ ସାକ୍ଷାତକାରରେ ମିକା ସିଂ ଏହା କହିଛନ୍ତି। ଦୁବାଇରେ ମିକା ସିଂଙ୍କ ପଡ଼ୋଶୀ ହେଉଛନ୍ତି କେଆରକେ | ସେ ଜଣାଇଛନ୍ତି ଯେ, କପିଲ କେଆରକେଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ଘରକୁ ଯାଇ ସେଠାରେ ଝଗଡ଼ା କରିଥିଲେ |

ମିକାଙ୍କ କହିବା ମୁତାବକ, "ଏହା ୨୦୧୨-୨୦୧୩ର ଘଟଣା | କପିଲ ଭାଇ କେଆରକେଙ୍କ ଉପରେ ବହୁତ ରାଗିଥିଲେ | ଯେତେବେଳେ ସେ ଜାଣିବାକୁ ପାଇଲେ ଯେ କେଆରକେ ମୋର ପଡ଼ୋଶୀ, ସେ ମୋତେ ତାଙ୍କ ଘରକୁ ନେବା ପାଇଁ କହିଥିଲେ | ସେ ଚାହୁଁଥିଲେ ସଙ୍ଗେ ସଙ୍ଗେ ମୁଁ ତାଙ୍କୁ କେଆରକେଙ୍କ ଘରକୁ ନିଏ ବୋଲି। ମୁଁ ଏହା ନକରିବାକୁ ଅନୁରୋଧ କଲି। ଏହା ପରେ ଆମେ ଭୋର ୪-୫ଟାରେ କେଆରକେଙ୍କ ଘରକୁ ଗଲୁ | ସେ ଘରେ ନଥିଲେ। ତାଙ୍କ କର୍ମଚାରୀ ବାହାରକୁ ଆସି କପିଲଙ୍କୁ ଏହା କହିଥିଲେ। ଏହା ପରେ କପିଲ ରାଗରେ ପାଟି କରିବା ସହ ତାଙ୍କ ଘରର କାଚ ଭାଙ୍ଗି ଦେଇଥିଲେ | କପିଲଙ୍କୁ ନେଇ ସେ କିଛି ବିବାଦୀୟ କଥା କହିଥିବାରୁ କପିଲ ଏଭଳି ରାଗିଯାଇଥିଲେ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe