ମିଲିନ୍ଦ ସୋମନ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଛୁ ମନ୍ତର୍‌!

ମିଲିନ୍ଦ ସୋମନ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଛୁ ମନ୍ତର୍‌!

ମୁମ୍ବାଇ: ମଡ଼େଲ୍‌ ତଥା ଆକ୍ଟର ମିଲିନ୍ଦ୍‌ ସୋମନ୍‌ ତାଙ୍କ ଠାରୁ ୨୯ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ଅପ୍ରେଲ୍‌ ୨୧ ତାରିଖରେ ବାହା ହେବେବାହା ହେବେ ବୋଲି ବେଶ୍‌ କିଛି ବର୍ଷ ଧରି ଶୁଣିବାକୁ । ମିଳୁଥିଲା । ସେ ଦୁହେଁ ଅନେକ ସମୟରେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତି। ତାଙ୍କର ଏହି ପ୍ରେମିକାଙ୍କ ନାଆ ଁ ହେଲା ଅଙ୍କିତା କୋମ୍ବର୍‌ ।ଅଙ୍କିତା ବୟସରେ ମିଲିନ୍ଦଙ୍କ ଠାରୁ ୨୯ ବର୍ଷ ସାନ। ତାଙ୍କର ବୟସ ମାତ୍ର ୨୩ ବର୍ଷ । ଏପରି ଏହି ପ୍ରେମୀ ଯୁଗଳ ବର୍ଷାଧିକ ସମୟ ଧରି ଲିଭ ଇନ୍‌ରେ ଥିଲେ ବୋଲି କୁହାଯାଉଥିଲା। ଖାଲି ସେତିକି ନୁହେଁ,ଦୁହେଁ ଅପ୍ରେଲ୍‌ ୨୧ ତାରିଖରେ ବାହା ହେବେ ମଧ୍ୟ ଶୁଣିବାକୁ ମିଳୁଥିଲା।

କିନ୍ତୁ ଏବେ ଏହି ଲଭବାର୍ଡସଙ୍କ ସଂପର୍କରେ ଏକ ରୋମାଞ୍ଚକର ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ତାହା ହେଲା ଯେ ମିଲିନ୍ଦଙ୍କୁ ଛାଡ଼ିଛନ୍ତି ପ୍ରେମିକା ଅଙ୍କିିତା। ସେ ମିଲିନ୍ଦ ସେମାନଙ୍କ ସାଥ୍‌ ଛାଡ଼ି ଦେଇଛନ୍ତି ଓ ଏବେ ବାହା ହେବା ମୁଡ଼୍‍ରେ ନାହାଁନ୍ତି। ଏପରିକି ଅଙ୍କିତା ମିଲିନ୍ଦଙ୍କ ଭଳି ଜଣେ ବୟସ୍କ ପୁରୁଷକୁ ନିଜର ଜୀବନସାଥୀ ବନାଇବାକୁ ଚାହାଁନ୍ତି ନାହିଁ। ସେ କହିଛନ୍ତି ଯେ, ବୟସ କମ୍‌ ହୋଇଥିବାରୁ ଏବେ ସେ ବାହା ହେବେ ନାହିଁ। ଏକଥାକୁ ମିଲିନ୍ଦ ନିଶ୍ଚିତ ଭାବେ ହୃଦୟଙ୍ଗମ କରିବେ ବୋଲି ସେ ଭାବୁଛନ୍ତି।

publive-image photo-ndtv

ଏବେ ପ୍ରଶ୍ନ ଉଠୁଛି ଏଭଳି କାହିଁକି କଲେ ଅଙ୍କିତା? ଏ ସଂପର୍କରେ ଜଣାଯାଇଛି ଯେ, କେବଳ ଅଙ୍କିତା ପଇସା ପାଇଁ ଏଭଳି କରିଛନ୍ତି। ଅଙ୍କିତା ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ ଥିଲେ। ତାଙ୍କୁ ଦରମା ବାବଦରେ ମାସିକ ୨୬ ହଜାର ଟଙ୍କା ମିଳୁଥିଲା। ତେବେ ସେ ଅବସର ସମୟରେ ମୋବାଇଲ୍‌ରେ ଅନ୍‌ଲାଇନ୍‌ କାସିନୋ ଖେଳୁଥିଲେ। ଏଥିରେ ତାଙ୍କୁ ୮ ଲକ୍ଷ ଟଙ୍କା ୭୩ ହଜାର ୯୮୨ଟଙ୍କା ମିଳିଗଲା। ଏହା ପରେ ଅଙ୍କିତା ସେହି ଟଙ୍କାରେ ନିଜ ପରିବାରର ସହାୟତା କରିବେ ବୋଲି କହିଛନ୍ତି । ତା’ଛଡ଼ା ଭ୍ରମଣ କରିବା ପାଇଁ ଏହି ଟଙ୍କା ଖର୍ଚ୍ଚ କରବେ ବୋଲି ଅଙ୍କିତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe