www.ndtv.com
ମୁମ୍ବାଇ: ନିକଟରେ ମଡେଲ୍ ମିଲିନ୍ଦ ସୋମନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ ମିଲିନ୍ଦ ଘରେ ରହି କାମ କରୁଥିଲେ। ବେଳେବେଳେ ଦୌଡ଼ିବାକୁ ବାହାରକୁ ଯାଉଥିଲେ। ସେ କିପରି ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି ତାହା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର କଥା ବୋଲି ସେ ନିଜ ଇନ୍ଷ୍ଟା ଆକାଉଣ୍ଟ୍ରେ ଲେଖିଛନ୍ତି।
ମାର୍ଚ ୧୮ ତାରିଖରେ ସେ ଯେତେବେଳେ ପରୀକ୍ଷା କରାଇଥିଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ହଠାତ ୨୩ ତାରିଖରେ ତାଙ୍କୁ ଅସହଜ ମନେ ହେବାରୁ ସେ ପୁନଶ୍ଚ ପରୀକ୍ଷା କରି କରୋନା ପଜିଟିଭ୍ ଥିବା ଜାଣିବାକୁ ପାଇଛନ୍ତି। ସେ କରୋନା ପଜିଟିଭ୍ ବୋଲି ଜାଣିବା ପରେ କ୍ବାରେଣ୍ଟାଇନ୍ରେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।
ପ୍ରଥମେ ଗୁରୁବାର ମିଲିନ୍ଦ ତାଙ୍କ କରୋନା ପଜିଟିଭ୍ ହେବା ସୂଚନା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମିଲିନ୍ଦ ସୋମନ ଅଙ୍କିତା କୋନୱାରଙ୍କୁ ବିବାହ କରିଛନ୍ତି। ସେ ଜଣେ ସୁପର୍ ମଡେଲ୍ ଓ ନିକଟରେ ସେ ଲେଖାଲେଖି ମଧ୍ୟ ଆରମ୍ଭ କରିଛନ୍ତି।
Follow Us