ଉଲଗ୍ନ ହୋଇ ସମୁଦ୍ରକୂଳରେ ଦୌଡ଼ିବା ପ୍ରସଂଗରେ ମିଲିନ୍ଦଙ୍କୁ ସମର୍ଥନ ଦେଲେ ଅଭିନେତ୍ରୀ ପୂଜା ବେଦୀ

Advertisment
ଉଲଗ୍ନ ହୋଇ ସମୁଦ୍ରକୂଳରେ ଦୌଡ଼ିବା ପ୍ରସଂଗରେ ମିଲିନ୍ଦଙ୍କୁ ସମର୍ଥନ ଦେଲେ ଅଭିନେତ୍ରୀ ପୂଜା ବେଦୀ

Times of India

ମୁମ୍ବାଇ: ନିକଟରେ ଜନ୍ମଦିନ ଅବସରରେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ନଜର ଆସିଥିଲେ ସୁପ୍ରସିଦ୍ଧ ମଡେଲ୍‌ ମିଲିନ୍ଦ ସୋମନ। ମିଲିନ୍ଦଙ୍କର ଏହି ଉଲଗ୍ନ ଅବତାର ପାଇଁ ଫଟୋଟିି ଭାଇରାଲ ହେବା ପରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ବିଭିନ୍ନ ଆଡୁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିିଥିଲା। ମାତ୍ର ଏହି ପ୍ରସଂଗକୁ ନେଇ ମିଲିନ୍ଦ ସୋମନକୁ ନିଜର ସମର୍ଥନ ଦେଇଛନ୍ତି ଅଭିନେତ୍ରୀ ପୂଜା ବେଦୀ।

ସେ ଏ ଟ୍ବିଟ୍‌ କରି ଲେଖିଛନ୍ତି, ‘ସମୁଦ୍ରକୂଳରେ ମିଲିନ୍ଦ ସୋମନ ଉଲଗ୍ନ ହୋଇ ଦୌଡ଼ିବା ଫଟୋରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ଦେଖିବା ଲୋକଙ୍କ କଳ୍ପନାରେ ଅଛି। ତାଙ୍କର ଅପରାଧ ହେଉଛି ସେ ଜଣେ ସୁନ୍ଦର ଓ ପ୍ରସିଦ୍ଧ ବ୍ୟକ୍ତି। ନଗ୍ନତା ଯଦି ଅପରାଧ ତେବେ ନଗ୍ନ ବାବାମାନେ ପ୍ରଥମେ ଗିରଫ ହେବା ଉଚିତ।’

publive-image

ଉଲ୍ଲେଖଯୋଗ୍ୟ, ନଭେମ୍ବର ୪ରେ ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ଜନ୍ମଦିନ ଅବସରରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ନଜର ଆସିଥିଲା। ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ଫଟୋଟି ଉଠାଇଥିବା ବେଳେ ସୋସିଆଲ ମିଡିଆରେ ସେୟାର କରିଥିଲେ ମିଲିନ୍ଦ ।

ମିଳିଥିବା ସୂଚନା ମୁତାବକ, କୋଲବା ପୁଲିସ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଧାରା ୨୯୪ ଅଶ୍ଳୀଳ କାର୍ଯ୍ୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଇଲେକ୍ଟ୍ରୋନିକ୍ ମିଡିଆ‌ରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶ ଏବଂ ବାଣ୍ଟିବା ବିରୋଧରେ ଲଗାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe