ପତ୍ନୀ ଓ ତାଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟକୁ ଏଭଳି ଭାବେ ବର୍ଣ୍ଣନା କଲେ ମିଲିନ୍ଦ ସୋମନ, ଭିଡିଓରେ ଦିଶିଲା ଦୁହଁଙ୍କ ନିଚ୍ଛକ ପ୍ରେମ

Advertisment
ପତ୍ନୀ ଓ ତାଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟକୁ ଏଭଳି ଭାବେ ବର୍ଣ୍ଣନା କଲେ ମିଲିନ୍ଦ ସୋମନ, ଭିଡିଓରେ ଦିଶିଲା ଦୁହଁଙ୍କ ନିଚ୍ଛକ ପ୍ରେମ

www.hindustantimes.com

ମୁମ୍ବାଇ: ମଡେଲ୍‌ ମିଲିନ୍ଦ ସୋମନ ଓ ପତ୍ନୀ ଅଙ୍କିତାଙ୍କ ବିବାହ ପରେ ଏହି ଯୋଡ଼ିଙ୍କୁ ନେଇ ବହୁ ସମାଲୋଚନା ହୋଇଛି। ନିଜ ଝିଅ ବୟସର ଝିଅକୁ ବିବାହ କରିଥିବା କହି କେହି କେହି ମିଲିନ୍ଦଙ୍କୁ ନିନ୍ଦା କରିିଥିବା ବେଳେ ଆଉ କେହି ଏପରି ସାହସିକ ନିଷ୍ପତ୍ତି ପାଇଁ ତାଙ୍କୁ ଅନେକ ପ୍ରଶଂସା ବି କରିଛନ୍ତି। ମାତ୍ର ସେ ସବୁ ଆଲୋଚନା, ସମାଲୋଚନାକୁ ପଛରେ ପକାଇ ସଂପର୍କକୁ ଆଗକୁ ନେଇଛନ୍ତି ମିଲିନ୍ଦ ଓ ଅଙ୍କିତା।

ନିକଟରେ କ୍ଲୋଜଅପ୍‌ ବିଜ୍ଞାପନର ଏକ ଭିଡିଓ ସେୟାର୍‌ କରି ସେମାନେ ଭଲପାଇବାର ମାନେ ବୁଝାଇଛନ୍ତି। ପରସ୍ପର ସହ ଖୁସିରେ ରହିବା ପାଇଁ ଜାତି, ଧର୍ମ, ବୟସ କିମ୍ବା ଅନ୍ୟ କୌଣସି ବର୍ଗକୁ ଦୃଷ୍ଟିରେ ନରଖି କେବଳ ପରସ୍ପରକ ଭାବନାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ମିଲିନ୍ଦ କହୁଥିବାର ଶୁଣିବାକୁ ମିଳିଛନ୍ତି।

ସବୁଠାରୁ ମଜା କଥା ସୋସିଆଲ୍‌ ମିଡିଆରେ କିଛି ବ୍ୟବହାରକାରୀଙ୍କ କଟୁ କମେଣ୍ଟ୍‌କୁ ପଢ଼ି ମିଲିନ୍ଦ ଓ ତାଙ୍କ ପତ୍ନୀ ହସରେ ହସରେ ତାହାର ଜବାବ ଦେଇଛନ୍ତି। ଜଣେ ବ୍ୟବହାରକାରୀ କମେଣ୍ଟ୍‌ ଦେଇଥିଲେ କି ମିଲିନ୍ଦଙ୍କୁ ଅଙ୍କିତା ବାପା ଡାକନ୍ତୁ। ଏହି କମେଣ୍ଟ୍‌ର ଉତ୍ତରରେ ମିଲିନ୍ଦ କହିଛନ୍ତି କି ବେଳେ ବେଳେ ଅଙ୍କିତା ମଜାରେ ତାଙ୍କୁ ବାପା ବୋଲି ଡାକିଥାନ୍ତି।

ଆହୁରି ଏକ ମଜାଦାର କଥା ହେଉଛି ଅଙ୍କିତା ଓ ନିଜ ବୟସ ଭିତରେ ଥିବା ସୀମାକୁ ମିଲିନ୍ଦ ତାଙ୍କର ଓ ତାଙ୍କ ମାଆଙ୍କ ବୟସର ତାରତମ୍ୟ ସହ ତୁଳନା କରିଛନ୍ତି। ମିଲିନ୍ଦଙ୍କ ଅଙ୍କିତାଙ୍କ ମଧ୍ୟରେ ୨୬ ବର୍ଷ ବୟସ ପାର୍ଥକ୍ୟ ଥିବା ବେଳେ ମିଲିନ୍ଦ କହିଛନ୍ତି କି ତାଙ୍କ ମାଆ ମଧ୍ୟ ତାଙ୍କ ଠାରୁ ଠିକ୍‌ ୨୬ ବର୍ଷ ହିଁ ବଡ଼।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe