ମୁମ୍ବାଇ: ବିବାହ ଋତୁ ଆରମ୍ଭ ହୋଇଗଲାଣି। ସମ୍ପ୍ରତି ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏବେ ବଲିଉଡ୍ର ଜଣେ ଅଭିନେତା ବି ବିବାହ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ବଲିଉଡ୍ର ୫୨ବର୍ଷର ଅଭିନେତା ମିଲିନ୍ଦ ସୋମାନ୍ ତାଙ୍କଠାରୁ ଅଧା ବୟସର ଯୁବତୀ ଅଙ୍କିତା କୌବରଙ୍କୁ ବିବାହ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ମିଲିନ୍ଦ ଓ ଅଙ୍କିତାଙ୍କ ସମ୍ପର୍କ ପାଖାପାଖି ଏକ ବର୍ଷ ହୋଇଛି। ତେବେ ମିଲିନ୍ଦ ଓ ଅଙ୍କିତା ନୂତନ ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାର ଯୋଜନା ରଖିଛନ୍ତି। ଅଙ୍କିତାଙ୍କ ପରିବାରବର୍ଗ ବି ଏହି ବିବାହକୁ ନେଇ ସନ୍ତୁଷ୍ଟ ଅଛନ୍ତି।
/sambad/media/post_attachments/wp-content/uploads/2017/12/1513613003_milind-soman-his-girlfriend-ankita-konwar-300x238.jpg)
୨୩ ବର୍ଷୀୟା ଅଙ୍କିତା କୌବର ଆସାମରେ ବସବାସ କରନ୍ତି। ୨୦୧୩ରେ ସେ ଏୟାର ଏସିଆର କେବିନ୍ କ୍ରୁ ଥିଲେ। ସମ୍ପ୍ରତି ସେ ଦିଲ୍ଲୀରେ ରହୁଛନ୍ତି। ଗତମାସରେ ମିଲିନ୍ଦ ଓ ଅଙ୍କିତାଙ୍କ ପରିବାରବର୍ଗଙ୍କ ଦେଖା ସାକ୍ଷାତ ଗୋହ୍ଵାଟିରେ ହୋଇଥିଲା। ଦୁହିଁଙ୍କ ପରିବାର ମଧ୍ୟରେ ଖୁବ୍ ଭଲ ସମ୍ପର୍କ ଗଢ଼ି ଉଠିଛି।
/sambad/media/post_attachments/wp-content/uploads/2017/12/article-2017720110583339513000-300x296.jpg)
ତେବେ ୨୦୦୬ରେ ମିଲିନ୍ଦ ସୋମନ ମାଇଲିନ୍ ଜାମ୍ପାନୋଇଙ୍କୁ ବିବାହ କରିଥିଲେ। ଏ ଦୁହିଁଙ୍କ ସାକ୍ଷାତ ଏକ ସିନେମା ସୁଟିଂ ଜରିଆରେ ହୋଇଥିଲା। ଏହାପରେ ଦୁହେଁ ଗୋଆରେ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ଭିତରେ ଆଦୌ ନ ପଡ଼ିବାରୁ ୨୦୦୯ରେ ମିିଲିନ୍ଦ ଓ ମାଇଲିନ୍ଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏତଦ୍ବ୍ୟତୀତ ଏକ୍ସ-ମିସ୍ ଇଣ୍ଡିଆର ବିଜୟିନୀ ମଧୁ ସପ୍ରେ ଓ ମଡେଲ ସହାନା ଗୋସ୍ୱାମୀଙ୍କ ସହିତ ମିଲିନ୍ଦଙ୍କ ଆଫେୟାର ଥିବା କଥା ଶୁଣିବାକୁ ମିଳିଥିଲା। ମିଲିନ୍ଦ ଏକ ଜୋତା କମ୍ପାନି ପାଇଁ ମଧୁ ସାପ୍ରେଙ୍କ ସହିତ ନ୍ୟୁଡ ଫଟୋ ସୁଟ କରି ଚର୍ଚ୍ଚାରେ ରହିଥିଲେ। ମିଲିନ୍ଦ ଇତିମଧ୍ୟରେ ଅନେକ ମେଗା ଧାରାବାହିକ ଓ ସିନେମାରେ ଅଭିନୟ କରିସାରିଛନ୍ତି। କିଛିଦିନ ହେବ ମିଲିନ୍ଦ ଅଭିନୟ ଜୀବନରୁ ବିଶ୍ରାମ ନେଇଛନ୍ତି।
Follow Us