ବ୍ୟକ୍ତିଗତ ଭିଡିଓ ଭାଇରାଲ ପରେ ଟିକଟକ ଷ୍ଟାର ନେଲେ ବଡ଼ ପଦକ୍ଷେପ

Advertisment

ପାକିସ୍ତାନୀ ଟିକଟକ ଷ୍ଟାର ମିନାହିଲ ମଲିକଙ୍କ କିଛିଦିନ ତଳେ ଏକ ଏମଏମଏସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମିନାହିଲ ଏକ ବଡ଼ ପଦକ୍ଷେପ ନେଇ ସୋସିଆଲ ମିଡିଆକୁ କରିଛନ୍ତି ଗୁଡ଼ବାଏ।

ପାକିସ୍ତାନୀ ଟିକଟକ ଷ୍ଟାର ମିନାହିଲ ମଲିକଙ୍କ କିଛିଦିନ ତଳେ ଏକ ଏମଏମଏସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମିନାହିଲ ଏକ ବଡ଼ ପଦକ୍ଷେପ ନେଇ ସୋସିଆଲ ମିଡିଆକୁ କରିଛନ୍ତି ଗୁଡ଼ବାଏ।

୪ଦ

ନୂଆଦିଲ୍ଲୀ: ପାକିସ୍ତାନୀ ଟିକଟକ ଷ୍ଟାର ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମିନାହିଲ ମଲିକଙ୍କ କିଛିଦିନ ତଳେ ଏକ ଏମଏମଏସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମିନାହିଲ ଏକ ବଡ଼ ପଦକ୍ଷେପ ନେଇଛନ୍ତି। 

ମିନାହିଲଙ୍କ ସୋସିଆଲ ମିଡିଆ ଖୁବ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଲକ୍ଷାଧିକ ଅନୁଗାମୀ ରହିଛନ୍ତି।

ବ୍ୟକ୍ତିଗତ ଭିଡିଓ ଭାଇରାଲ ହେବାପରେ ମିନାହିଲ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୋର ପାଇଁ ସହଜ ନଥିଲା। କିନ୍ତୁ ଏବେ ମୁଁ ଥିକିପଡ଼ିଛି। କାହାକୁ ବା କୌଣସି କ୍ଷେତ୍ରକୁ ଗୁଡ଼ବାଏ କହିବାକୁ କଷ୍ଟ ଲାଗିଥାଏ। ଏତେ ସହଜରେ ଗୁଡବାଏ କହି ହୋଇ ନଥାଏ। ତଥାପି କିଛି ପରିସ୍ଥିତି ପାଇଁ ମୋତେ ସୋସିଆଲ ମିଡିଆକୁ ଗୁଡ଼ବାଏ କହିବାକୁ ପଡ଼ୁଛି।’

ନିକଟରେ ମିନାହିଲଙ୍କ ଭାଇରାଲ ହୋଇଥିବା ଭିଡିଓରେ ସେ ଜଣେ ଯୁବକଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି। ମିନାହିଲା ଏହି ଭିଡିଓକୁ ଫେକ ବୋଲି କହିବା ସହିତ ଏଡିଟିଂ କରାଯାଇଛି ବୋଲି ଦାବିର ସହ  କହିଛନ୍ତି। ଏଥିସହିତ ତାଙ୍କ ଫ୍ୟାନ୍ସମାନଙ୍କୁ ଭିଡିଓ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି। 

ମିନାହିଲଙ୍କ ଅଭିଯୋଗ କ୍ରମେ ଯାଞ୍ଚ ବି ଚାଲିଛି। ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଥିବେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଞ୍ଚ ଅଧିକାରୀ କହିଛନ୍ତି। ତେବେ ମିନାହିଲଙ୍କ ଏଭଳି ଭିଡିଓ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ତାଙ୍କର ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇ ଘୁରି ବୁଲିଥିଲା। ଭିଡିଓ ଭାଇରାଲ ହେବାପରେ ମିନାହିଲ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe