ନୂଆ ଠିକଣାକୁ ମନ

Advertisment
ନୂଆ ଠିକଣାକୁ ମନ

ଆଇଗିରି ନନ୍ଦିନୀ, ପୃଥିବୀ ମନ୍ଥନ ପରି ଗୀତ ପ୍ରସ୍ତୁତ କରିଥିବା ସୁପର୍‌ହିଟ୍‌ ଗାୟିକାଯୋଡ଼ି ସୁସ୍ମିତା ଦାସ ଏବଂ ନିର୍ଦେଶକ ଦେବ ମେହର ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଶ୍ରୋତାଙ୍କୁ ଆଉ ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଏହି ଗୀତଟିରେ ଏକ ଝିଅ ଏବଂ ତା’ର ବାଇକ୍‌ରେ ଯାତ୍ରାକୁ ଦର୍ଶାଯାଇଛି। ଏହାର ଦୃଶ୍ୟାୟନରେ ମଧ୍ୟ ପାହାଡ଼, ଝରଣା, ନଦୀ ଆଦିକୁ ଖୁବ୍‌ ସୁନ୍ଦର ଭାବେ ଦୃଶ୍ୟାୟିତ କରାଯାଇଛି। ଜଣେ ମହିଳା ତାଙ୍କର ପାରିବାରିକ ଦୁଃଖକଷ୍ଟକୁ ଭୁଲିବାକୁ ଯାଇ ଅଧରାତିରେ ବାଇକ୍‌ଟିଏ ଧରି ବାହାରି ପଡ଼ିଛନ୍ତି। ତାଙ୍କ ଯାତ୍ରାରେ ଅନେକ ସମସ୍ୟା ଆସିଛି। ସମସ୍ୟାର ସମ୍ମୁଖୀନ ହେବା ପରେ ସେ ନୂଆ ଜୀବନଟିଏ ଖୋଜି ପାଇଛନ୍ତି। ଏହା ହେଉଛି ଗୀତର ସାରମର୍ମ।

ଏହି ଗୀତଟିର ଶୀର୍ଷକ ରହିଛି ‘ନୂଆ ଠିକଣାକୁ’। ଗୀତଟିକୁ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଶ୍ରୋତାଙ୍କ ଉଦ୍ଦେଶ୍ୟରେ କଣ୍ଠଶିଳ୍ପୀ ସୁସ୍ମିତା ଉତ୍ସର୍ଗ କରିଛନ୍ତି। ଏହି ଗୀତଟି ମୋହିତ ଚକ୍ରବର୍ତ୍ତୀ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମିଶ୍ର ଓ କଣ୍ଠଦାନ କରିଛନ୍ତି ସୁସ୍ମିତା। ଏହାର ଦୃଶ୍ୟାୟନର ନିର୍ଦ୍ଦେଶନା ଦେଇଛନ୍ତି ଦେବ ମେହେର। ଗାୟିକା ସୁସ୍ମିତା କହିଛନ୍ତି ଯେ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସେ ଏଭଳି ଗୀତ ପ୍ରସ୍ତୁତ କରୁଛନ୍ତି। ସେ କହିଛନ୍ତି, ସଂଗୀତ ଏକମାତ୍ର ମାଧ୍ୟମ, ଯାହା ଜରିଆରେ ସାମାଜିକ ସମସ୍ୟା ଓ ଏହାର ସମାଧାନକୁ ଲୋକଲୋଚନକୁ ଅଣାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe