ମୋଦୀଙ୍କୁ ମିସ୍‌ କୋହିମା ୨୦୧୯ର ଦ୍ୱିତୀୟ ରନର୍ସ-ଅପ୍‌ଙ୍କ ଉପଦେଶ; ଗାଈମାନଙ୍କୁ ଛାଡ଼ି ମହିଳାଙ୍କ ଉପରେ ଧ୍ୟାନ ଦିଅନ୍ତୁ

ମୋଦୀଙ୍କୁ ମିସ୍‌ କୋହିମା ୨୦୧୯ର ଦ୍ୱିତୀୟ ରନର୍ସ-ଅପ୍‌ଙ୍କ ଉପଦେଶ; ଗାଈମାନଙ୍କୁ ଛାଡ଼ି ମହିଳାଙ୍କ ଉପରେ ଧ୍ୟାନ ଦିଅନ୍ତୁ

AajTak

ନୂଆଦିଲ୍ଲୀ : ଚର୍ଚ୍ଚାରେ ମିସ୍‌ କୋହିମା ସୁନ୍ଦରୀ ପ୍ରତିଯୋଗିତା ୨୦୧୯ର ଦ୍ୱିତୀୟ ରନର ଅପ୍‌ ବିକୁନୋ ସୋଚୁ । ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଉପଦେଶ ଦେଉଥିବା ଦେଖାଯାଇଛି । ମଡେଲ ବିକୁନୋ ସୋଚୁଙ୍କୁ ପ୍ରଶ୍ନ-ଉତ୍ତର ସେସନରେ ମୋଦୀଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିିଷୟ ପାଲଟିଛି ।

Image result for miss-kohima-2019-second-runner-up-vikuonuo-sachu-asked-question-on-pm-modi Jansatta

ସୂଚନା ମୁତାବକ, ବିକୁନୋ ସୋଚୁଙ୍କୁ ବିଚାରକ ମଣ୍ଡଳୀ ପ୍ରଶ୍ନ କରିଥିଲେ କି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁମ ସହ କଥାବାର୍ତ୍ତା ହେବା ପାଇଁ ତୁମକୁ ନିମନ୍ତ୍ରଣ କରନ୍ତିି, ତେବେ ତୁମେ ତାଙ୍କୁ କ’ଣ କହିବ? ଏହାର ଉତ୍ତର ରଖି ବିକୁନୋ ସୋଚୁ କହିଥିଲେ, ଯଦି ମୋତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରନ୍ତି, ତେବେ ମୁଁ ତାଙ୍କୁ ଗାଈମାନଙ୍କୁ ଛାଡ଼ି ମହିଳାମାନଙ୍କ ଉପରେ ଧ୍ୟାନ ଦେବା ପାଇଁ କହିବି । ବିକୁନୋ ସୋଚୁଙ୍କ ଜବାବ ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ହସିବାକୁ ଲାଗିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe