ନୂଆଦିଲ୍ଲୀ: ଫିଲିପାଇନ୍ସର କୈଟ୍ରିଓନା ଗ୍ରେ’ଙ୍କ ମୁଣ୍ଡରେ ସାଜିଛି ମିସ୍ ୟୁନିଭର୍ସର ତାଜ୍। ମିସ୍ୟୁନିଭର୍ସ -୨୦୧୭ର ବିଜେତା ଡେମି ଲେ ନେଲ-ପିଟର୍ସ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ନାଲି ରଙ୍ଗର ହାଇ ସ୍ଲିଟ୍ ଗାଉନ୍ରେ ଖୁବ୍ ସୁନ୍ଦର ଦିଶୁଥିବା କୈଟ୍ରିଓନା ଗ୍ରେଙ୍କ ମୁଣ୍ଡରେ ମିସ୍ ୟୁନିଭର୍ସ ତାଜ୍ ସାଜିବା ପରେ ଖୁବ୍ ଉତ୍ସାହିତ ଥିଲେ ସେ। ପ୍ରତିଯୋଗୀମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟୈମ୍ରିନ ଗ୍ରୀନ୍ ପ୍ରଥମ ରନର୍ସ- ଅପ୍ ଓ ଭେନେଜୁଏଲାର ଷ୍ଟେଫନୀ ଗୁଟରେଜ୍ ସେକଣ୍ଡ ରନର୍ସ ଅପ୍ ହୋଇଛନ୍ତି। ପ୍ରତିଯୋଗୀତାରେ ଭାରତରୁ ଅଂଶ ଗ୍ରହଣ କରିଥିବା ନେହାଲ ଚୁଡାସ୍ମା ଟପ୍ ୨୦ ତମ ସ୍ଥାନରେ ରହିଥିଲେ। ତେବେ କେଉଁ ମହତ୍ତ୍ୱପୂର୍ଣ୍ଣ ଉତ୍ତରଟି ଦେଇ ଫିଲିପାଇନ୍ସର କୈଟ୍ରିଓନା ଗ୍ରେ’ ଶ୍ରେଷ୍ଠସ୍ଥାନ ପାଇଛନ୍ତି ଆସନ୍ତୁ ଜାଣିବା।
/sambad/media/post_attachments/wp-content/uploads/2018/12/r5.jpg)
କୈଟ୍ରିଓନା ଯେତେବେଳେ ମଞ୍ଚରେ ଥିଲେ, ଜୁରୀଙ୍କ ପ୍ରଶ୍ନ ଥିଲା - ଜୀବନରେ କେଉଁ ମହତ୍ୱପୂର୍ଣ୍ଣ ଶିକ୍ଷାକୁ ମିସ୍ ୟୁନିଭର୍ସ ତାଜ୍ ହାତେଇବାରେ ସେ ଉପଯୋଗ କରିଛନ୍ତି । ଏହାର ଉତ୍ତରରେ କୈଟ୍ରିଓନା କହିଥିଲେ, ମୁଁ ମନିଲାର ବସ୍ତିରେ ବହୁତ କାମ କରିଛି। ଯେଉଁଠି ଜୀବନ ଦରିଦ୍ରତମ ସ୍ଥିତିରେ ରହିଛି। ହେଲେ ମୁଁ ସେହି ଦୁଃଖ ଭିତରୁ ସୌନ୍ଦର୍ଯ୍ୟ ସାଉଁଟିବାର ଜ୍ଞାନ ଆହରଣ କରିଛି। ପାରିବି ଯଦି ଏହି ସୁନ୍ଦରତାକୁ ସମସ୍ତଙ୍କୁ ଅନୁଭବ କରାଇବି।’ କୈଟ୍ରିଓନାଙ୍କ ମୁହଁରୁ ଏଭଳି ଉତ୍ତର ଶୁଣିବା ପରେ ଦର୍ଶକଙ୍କ କାରତାଳିରେ ମଞ୍ଚ ପରିସର ଫାଟି ଉଠିଥିଲା। ଏବଂ ଜୁରୀ କୈଟ୍ରିଓନାଙ୍କୁ ବିଶ୍ୱର ସୁନ୍ଦରୀ ବିଜେତା ବୋଲି ଘୋଷଣା କରିଥିଲେ।
Follow Us