ବିବାଦରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସନ୍ଧୁ, ପ୍ରଯୋଜିକା ରୁଜୁ କଲେ ମାମଲା

Advertisment
ବିବାଦରେ  ବ୍ରହ୍ମାଣ୍ଡ  ସୁନ୍ଦରୀ ହରନାଜ କୌର ସନ୍ଧୁ, ପ୍ରଯୋଜିକା ରୁଜୁ କଲେ ମାମଲା

The Indian Express

ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଗତ ବର୍ଷ ଭାରତ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିଣିଥିବା ହରନାଜ କୌର ସନ୍ଧୁ ନିଜର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ନେଇ ବିବାଦରେ ଫସିଯାଇଛନ୍ତି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ବାଇ ଜି କୁଟ୍‌ଟଙ୍ଗେ’ର ପ୍ରଯୋଜିକା ତଥା ଅଭିନେତ୍ରୀ ଉପାସନା ସିଂହ ତାଙ୍କ ଉପରେ ଚୁକ୍ତି ଉଲ୍ଲଂଘନର ଆରୋପ ଲଗାଇଛନ୍ତି। ଉପାସନା ଏ ନେଇ ଚଣ୍ଡୀଗଡ଼ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି। ଉପାସନାଙ୍କ କହିବା କଥା ଯେ ସେ ତାଙ୍କ ପୁଅଙ୍କ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିବା ପାଇଁ ଉପରୋକ୍ତ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯେଉଁଥିରେ ହରନାଜ ହେଉଛନ୍ତି ମୁଖ୍ୟ ଅଭିନେତ୍ରୀ। ଚଳଚ୍ଚିତ୍ରର ପ୍ରଚାରପ୍ରସାର ପାଇଁ ସେ ହରନାଜଙ୍କ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ।

କିନ୍ତୁ ହରନାଜ ଏହି ଚୁକ୍ତି ଅମାନ୍ୟ କରି ପ୍ରଚାର କାର୍ଯ୍ୟରେ ଯୋଗ ଦେଉ ନ ଥିବା କାରଣରୁ ଉପାସନା କୋର୍ଟର ଆଶ୍ରୟ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହରନାଜ ୨୦୨୦ରେ ମିସ୍‌ ଇଣ୍ଡିଆ ଜିଣିବା ପରେ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। କିନ୍ତୁ ୨୦୨୧ରେ ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ପରେ ହରନାଜ ଏହି ସିନେମାର ନିର୍ମାତାଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ। ଉପାସନା ତାଙ୍କ ସହ ଯୋଗାଯୋଗ ପାଇଁ ଅନେକ ଚେଷ୍ଟା କରି ନିରାଶ ହୋଇଥିଲେ। ଫଳରେ ହରନାଜଙ୍କ ପାଇଁ ତାଙ୍କୁ ଯେ କେବଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା ତାହା ନୁହେଁ, ‘ବାଇ ଜି କୁଟ୍‌ଟଙ୍ଗେ’ର ମୁକ୍ତିଲାଭ ତାରିଖ ସ୍ଥଗିତ ମଧ୍ୟ ରଖିବାରୁ ପଡ଼ିଥିଲା। ଏହା ମେ ୨୭ ତାରିଖରେ ମୁକ୍ତିଲାଭ କରିବାର ଧାର୍ଯ୍ୟ ହୋଇଥିଲା। ଏବେ ଏହା ଆସନ୍ତା ୧୯ ତାରିଖରେ ମୁକ୍ତିଲାଭ କରିବ। ମନେ ହେଉଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ହରନାଜ ଆଞ୍ଚଳିକ ଚଳଚ୍ଚିତ୍ରକୁ ଆଉ ସେତେଟା ଗୁରୁତ୍ବ ଦେଉ ନାହାନ୍ତି। ସେ ହୁଏତ ବଲିଉଡ୍‌ ଅଥବା ହଲିଉଡ୍‌ ସିନେମା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe