ଦବଙ୍ଗ ବୟ ସଲମାନ୍‌ଙ୍କୁ ପଛରେ ପକାଇଲେ ବିଗ୍‌ ବି ଅମିତାଭ

Advertisment

ଏଥର ଦବଙ୍ଗ ବୟ ସଲ୍‌ମାନ ଖାନଙ୍କୁ ପଛରେ ପକାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ‘ବିଗ୍ ବସ୍’ ପାଇଁ ସଲମାନ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହୋଷ୍ଟ୍ ବନିଥିବା ବେଳେ ତାଙ୍କୁ ପଛରେ ପକାଇ ଏବେ ସବୁଠାରୁ ଅଧିକ ପାରିଶ୍ରମିକ ପ୍ରାପ୍ତ ହୋଷ୍ଟ୍ ବନିଛନ୍ତି ମେଗା ଷ୍ଟାର୍ ଅମିତାଭ ବଚ୍ଚନ।

New Project (13)

ମୁମ୍ବାଇ: ଏଥର ଦବଙ୍ଗ ବୟ ସଲମାନ୍‌ ଖାନଙ୍କୁ ପଛରେ ପକାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ‘ବିଗ୍ ବସ୍’ ପାଇଁ ସଲମାନ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହୋଷ୍ଟ୍ ବନିଥିବା ବେଳେ ତାଙ୍କୁ ପଛରେ ପକାଇ ଏବେ ସବୁଠାରୁ ଅଧିକ ପାରିଶ୍ରମିକ ପ୍ରାପ୍ତ ହୋଷ୍ଟ୍ ବନିଛନ୍ତି ମେଗା ଷ୍ଟାର୍ ଅମିତାଭ ବଚ୍ଚନ। ଏଥର କେବିସି ପାଇଁ ସେ ମୋଟା ଅଙ୍କର ଅର୍ଥ ନେଉଥିବା ଜଣାପଡ଼ିଛି।
ଖୁବ୍ ଶୀଘ୍ର ବିଗ୍ ବସ୍-୧୭ରେ ନଜର ଆସିବେ ଅମିତାବ ବଚ୍ଚନ। ତାଙ୍କର ପ୍ରଶଂସକମାନେ ଏହି ସୋ’କୁ ନେଇ ଖୁବ୍ ଉତ୍ସୁକ ଥିବା ବେଳେ ଏବେ ବିଗ୍ ବିଙ୍କ ପାରିଶ୍ରମିକ ସଭିଙ୍କ ହୋସ୍ ଉଡ଼େଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅମିତାଭ ବଚ୍ଚନ କେବିସିର ଗୋଟାଏ ଏପିସୋଡ୍ ପାଇଁ ୫ କୋଟି ଟଙ୍କା ଦାବି କରିଛନ୍ତି।
ସୋ’ ସପ୍ତାହକୁ ୫ ଦିନ ଦେଖିବାକୁ ମିଳେ। ଏହାର ଅର୍ଥ ଗୋଟାଏ ସପ୍ତାହରେ ଅମିତାଭ ୨୫ କୋଟି ଟଙ୍କା ରୋଜଗାର କରିବେ। 
ସଲ୍‌ମାନ ଖାନ୍ ବିଗ୍ ବସ୍ ଓଟିଟି-୨ର ୱିକେଣ୍ଡ୍ କେ ବାର୍ ଏପିସୋଡ୍ ପାଇଁ ୧୨ କୋଟି ଟଙ୍କା ଦାବି କରିଥିଲେ। ଏହାର ଅର୍ଥ ସେ ସପ୍ତାହକୁ ୨୪ କୋଟି ଟଙ୍କା ଦାବି କରୁଥିଲେ। ପୂର୍ବରୁ ସଲ୍‌ମାନ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ବେଳେ ଏବେ ଅମିତାଭ ତାଙ୍କ ରେକର୍ଡ ଭଙ୍ଗ କରିଥିବା କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe