ମିଥୁନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଏମସି

ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ଅଭିନେତାଙ୍କୁ ମାତ୍ର ୭ ଦିନର ସମୟ ଦିଆଯାଇଛି। 

ryrty

ମୁମ୍ବାଇ: ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ତେବେ ଅଭିନେତାଙ୍କୁ ଏହି ନୋଟିସ ବେଆଇନ ନିର୍ମାଣ ଅଭିଯୋଗରେ ଜାରି କରାଯାଇଛି।

ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ମାତ୍ର ୭ ଦିନର ସମୟ ଦିଆଯାଇଛି। 

ସୂଚନାଯୋଗ୍ୟ, ମିଥୁନଙ୍କୁ ମୁମ୍ବାଇର ମାଲାଦର ଏରଙ୍ଗଲ ଗାଁରେ ହୋଇଥିବା ବେଆଇନ ନିର୍ମାଣ ଘଟଣାକୁ ନେଇ ନୋଟିସ ଦିଆଯାଇଛି। ବିଏମସି ମଇ୧୦ ତାରିଖରେ ଏହି ନୋଟିସ ଜାରି କରିଛି। ଏହି ନୋଟିସରେ ବିଏମସି ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ବେଆଇନ ନିର୍ମାଣକୁ ଉଲ୍ଲେଖ କରିଛି।

ନୋଟିସରେ ବିଏମସି ଅଭିଯୋଗ କରିଛି ଯେ ଅନୁମତି ବିନା ଗ୍ରାଉଣ୍ଡ-ପ୍ଲସ୍-ମେଜନାଇନ୍ ଫ୍ଲୋର୍ ସହିତ ଦୁଇଟି ଗଠନ, ଗୋଟିଏ ଗ୍ରାଉଣ୍ଡ-ଫ୍ଲୋର୍ ଷ୍ଟ୍ରକଚର ଏବଂ ତିନୋଟି ଅସ୍ଥାୟୀ ୧୦x୧୦ ୟୁନିଟ୍ ନିର୍ମାଣ କରାଯାଇଥିଲା। ଏହି ୟୁନିଟ୍ଗୁଡ଼ିକରେ ଇଟା, କାଠ ପଟା, କାଚ କାନ୍ଥ ଏବଂ ଏସି ସିଟ୍ ଛାତ ବ୍ୟବହାର କରାଯାଇଛି। ଯାହା ନିୟମର ଉଲ୍ଲଂଘନ କରିଛି। ଯଦି କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ନ ମିଳେ, ତେବେ ନିର୍ମାଣକୁ ଭାଙ୍ଗି ଦିଆଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। 

ବେଆଇନ ନିର୍ମାଣକୁ ନେଇ ହୋଇଥିବା ଅଭିଯୋଗକୁ ମିଥୁନ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି କହିଛନ୍ତି, ‘ମୋର କୌଣସି ବେଆଇନ ନିର୍ମାଣ ନାହିଁ। ଅନେକ ଲୋକଙ୍କୁ ଏନେଇ ନୋଟିସ ପଠାଯାଇଛି। ଆମକୁ ବି ପଠା ଯାଇଥିଲା। ଆମେ ଆମର ଉତ୍ତର ପଠାଇ ଦେଇଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe