ଦାଦାସାହେବ ଫାଲ୍‌କେ ଆୱାର୍ଡ ମିଳିବ ଜାଣି କ’ଣ କହିଲେ ମିଥୁନ?

Advertisment

ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିିଳିବ ଦାଦା ସାହେବ ଫାଲ୍‌କେ ଆୱାର୍ଡ । ଏ‌ତେ ବଡ଼ ସମ୍ମାନରେ ସମ୍ମାନିତ ହେବା ପରେ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ।

Updated On

ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିିଳିବ ଦାଦା ସାହେବ ଫାଲ୍‌କେ ଆୱାର୍ଡ । ଏ‌ତେ ବଡ଼ ସମ୍ମାନରେ ସମ୍ମାନିତ ହେବା ପରେ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ।

ଅଦ୍ୟତନ ହୋଇଛି
trc

କୋଲକାତା: ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିଜ ଅଭିନୟ ବଳରେ ସେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି |  ନିଜର ଉଲ୍ଲେଖନୀୟ କ୍ୟାରିୟର ପାଇଁ ୭୪ବର୍ଷୀୟ ଅଭିନେତାଙ୍କୁ ବର୍ତ୍ତମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ | ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି।

ଏତେ ବଡ଼ ପୁରସ୍କାରରେ ସମ୍ମାନିତ ହେବେ ବୋଲି ଜାଣିବା ପରେ ମିଥୁନ ଚକ୍ରବର୍ତ୍ତୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ମୋ ପାଖରେ କିଛି କହିବାକୁ ଶବ୍ଦ ନାହିଁ। ନା ମୁଁ ହସିପାରୁଛି ନା କାନ୍ଦିପାରୁଛି | ଏହା ମୋ ପାଇଁ ବହୁତ ବଡ଼ । ମୁଁ ଏହା କଳ୍ପନା କରିନଥିଲି | ମୁଁ ଅତ୍ୟନ୍ତ ଖୁସି । ମୁଁ ଏହି ପୁରସ୍କାର ମୋ ପରିବାର ଏବଂ ସାରା ବିଶ୍ୱରେ ଥିବା ମୋର ପ୍ରଶଂସକଙ୍କୁ ଉତ୍ସର୍ଗ କରୁଛି। ”

ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିିଳିବ ଦାଦା ସାହେବ ଫାଲ୍‌କେ ଆୱାର୍ଡ। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅଶ୍ବିନୀ ବୈଷ୍ଣବ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ଏକ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe