ସୁଟିଂ ସେଟରେ ହଠାତ ବିଗିଡ଼ି ଗଲା ମିଥୁନଙ୍କ ସ୍ବାସ୍ଥ୍ୟ

Advertisment
୨୧ରୁ ଅଧିକ ଟିଏମ୍‌ସି ବିଧାୟକ ଯୋଗାଯୋଗରେ ଅଛନ୍ତି: ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା ସୁଟିଂ ସେଟ‌ରେ ରବିବାର ହଠାତ ଅସୁସ୍ଥ ହୋଇପଡ଼ିଥିଲା। ଖବର ପାଇ ସିଭିଲ ହସ୍ପିଟାଲରୁ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରଙ୍କ କହିବାନୁସାରେ ଏବେ ମିଥୁନଙ୍କ ଅବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟ ଖରାପ ଥିବା ହେତୁ ମିଥୁନଙ୍କ ସୁଟିଂକୁ ବନ୍ଦ ରଖାଯାଇଛି।

ସହରର ଜିଲ୍ଲା ଉପଚିକିତ୍ସାଳୟର ସିଏମଏସ ଡା. ଜତିନ୍ଦ୍ର ସିଂହଙ୍କ କହିବାନୁସାରେ, ମିଥୁନ ହୋ‌ଟେଲ ସବାଇରେ ଥିଲେ। ହୋଟେଲରୁ ‌ଫୋନ ଆସିଲା କି ମିଥୁନ ଅସୁସ୍ଥ ଅଛନ୍ତି, ସେ ହସ୍ପିଟାଲ ଯିବାକୁ ଅସମର୍ଥ ଅଛନ୍ତି। ଏଥିପାଇଁ ଡାକ୍ତରୀଦଳକୁ ହସ୍ପିଟାଲରୁ ସେଠାକୁ ପଠା ଯାଇଥିଲା। ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମିଥୁନଙ୍କୁ ଜରୁରୀ ସେବା ଦେଇଥିଲେ। ଏହି ସେବା ପାଇବା ପ‌ରେ ମିଥୁନ ସୁସ୍ଥ ଅନୁଭବ କରିଥିଲେ। ତେବେ ମିଥୁନଙ୍କୁ ଝାଡାବାନ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ ଚକ୍ରବର୍ତ୍ତୀ ‘କଶ୍ମୀର ଫାଇଲ୍ସ’ର ୱେବ ସିରିଜର ସୁଟିଂ କରୁଥି‌ଲେ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଶେଷ ଥର ପାଇଁ ୨୦୧୯ ଥ୍ରୀଲର ଫିଲ୍ମ ‘ଦ ତାସ୍କାନ୍ତ ଫାଇଲ୍ସ’ ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଶ୍ୱେତା ବାସୁ ଏବଂ ନାସିରୁଦ୍ଦିନ ଶାହାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ଅଭିନେତା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ବଲିଉଡରୁ ବଙ୍ଗାଳୀ ସିନେମା ପର୍ଯ୍ୟନ୍ତ ସେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରି ପାରିଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କୁ ଡିସ୍କୋ ଡାନ୍ସର୍ ନାମରେ ଡାକି ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe