ସଲମାନ ଭାଇ ମୋତେ ହାରିଯିବାକୁ ଦେଇନଥିଲେ: ମିମୋହ ଚକ୍ରବର୍ତ୍ତୀ

Advertisment

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ପୁଅ ମିମୋହ ଚକ୍ରବର୍ତ୍ତୀ ତାଙ୍କ ଫିଲ୍ମ କ୍ୟାରିୟରରେ ବହୁତ ସଂଘର୍ଷ କରିଛନ୍ତି। ଅନେକ ସଂଘର୍ଷ ପରେ ବି ସେ ତାଙ୍କ ପିତାଙ୍କ ପରି ଲୋକପ୍ରିୟ ହୋଇପାରିନାହାନ୍ତି।

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ପୁଅ ମିମୋହ ଚକ୍ରବର୍ତ୍ତୀ ତାଙ୍କ ଫିଲ୍ମ କ୍ୟାରିୟରରେ ବହୁତ ସଂଘର୍ଷ କରିଛନ୍ତି। ଅନେକ ସଂଘର୍ଷ ପରେ ବି ସେ ତାଙ୍କ ପିତାଙ୍କ ପରି ଲୋକପ୍ରିୟ ହୋଇପାରିନାହାନ୍ତି।

mithun-chakraborty

ମୁମ୍ବାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ପୁଅ ମିମୋହ ଚକ୍ରବର୍ତ୍ତୀ ତାଙ୍କ ଫିଲ୍ମ କ୍ୟାରିୟରରେ ବହୁତ ସଂଘର୍ଷ କରିଛନ୍ତି। ଅନେକ ସଂଘର୍ଷ ପରେ ବି ସେ ତାଙ୍କ ପିତାଙ୍କ ପରି ଲୋକପ୍ରିୟ ହୋଇପାରିନାହାନ୍ତି। ଅନେକ ଫିଲ୍ମ ଫ୍ଲପ୍ ହେବା ପରେ ଏବେ ମିମୋହ ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ନେଟଫ୍ଲିକ୍ସ ୱେବ୍ ସିରିଜ୍ 'ଖାକି: ଦି ବେଙ୍ଗଲ୍ ଚାପ୍ଟର'ରେ ନଜର ଆସିଛନ୍ତି। ଏହି ୱେବ୍ ସିରିଜ୍‌ର ପ୍ରଚାର ବେଳେ ସାକ୍ଷାତକାର ଦେଇ ଅଭିନେତା, ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କର ସମ୍ପର୍କ ଏବଂ ସେ ତାଙ୍କୁ କିପରି ସମର୍ଥନ କରିଛନ୍ତି ସେ ବିଷୟରେ କହିଛନ୍ତି।

ମିମୋହ କହିଛନ୍ତି ଯେ, "ସଲମାନ ଭାଇ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସେ ସବୁବେଳେ ମୋ ସହିତ ଠିଆ ହୋଇଛନ୍ତି। ସେ ମୋ ବଡ଼ ଭାଇ ପରି। ମୋ ବାପାଙ୍କୁ ସେ ବହୁତ ଭଲ ପାଆନ୍ତି। ମୋତେ ସମର୍ଥନ କରିବାକୁ ଯାଇ ସଲମାନ ଭାଇ ମୋ ବାପାଙ୍କୁ କହିଥିଲେ ଯେ, ତାଙ୍କର ଫିଲ୍ମ 'ପାର୍ଟନର୍' ରିଲିଜ୍ ହେଲେ ପ୍ରେକ୍ଷାଳୟରେ ମୋର ଡେବ୍ୟୁ ଫିଲ୍ମ 'ଜିମି'ର ଟିଜର ପ୍ରଥମେ ପରଦାରେ ଚାଲିବ। ତାହା ହିଁ ହୋଇଥିଲା। ତାଙ୍କ ଫିଲ୍ମ ସହିତ ମୋ ଫିଲ୍ମର ଟିଜର ଦେଖିଥିଲେ ଦର୍ଶକ। ହେଲେ ଫିଲ୍ମଟି ଫ୍ଲପ୍ ହୋଇଥିଲା। ଏହା ପରେ ମୁଁ ଅନେକ ଫିଲ୍ମ କରିଛି, ହେଲେ ସଫଳ ହୋଇନାହିଁ। କିନ୍ତୁ ଅସଫଳତା ମଧ୍ୟରେ ମୋତେ ସଲମାନ ଭାଇଙ୍କ ସାହାଯ୍ୟ ମିଳିଛି। ସେ ମୋତେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି। ସବୁବେଳେ ନିଜ ଉପରେ ଭରସା କରିବାକୁ କହିଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe