ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

Advertisment
ମେଡିକାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

photo-oneindia

ବାଙ୍ଗାଲୋର: ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ | କିଡନୀରେ ଷ୍ଟୋନ ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ବାଙ୍ଗାଲୋରରେ ତାଙ୍କର ସଫଳତାର ସହ ଅପରେସନ ହୋଇଥିବା ନେଇ ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହେବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ |

କେହି କେହି ଏହାକୁ ନେଇ ଗୁଜବ ସୃଷ୍ଟି କରିଥିବାରୁ ଶେଷରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସ୍ୱାସ୍ଥ୍ୟବସ୍ଥା ବାବଦରେ ବିସ୍ତୃତ ବିବରଣୀ ଦେଇଛନ୍ତି | ମିମୋହ କହିଛନ୍ତି ଯେ ବାପା (ମିଥୁନ ଚକ୍ରବର୍ତ୍ତୀ)ଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଆଉ ପରୀକ୍ଷା ପରେ ତାଙ୍କ କିଡନୀରେ ଷ୍ଟୋନ ଥିବାର ଜଣାପଡିଥିଲା |

ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା | ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି | ସୂଚନା ଥାଉ କି ମେଡିକାଲରେ ମିଥୁନ ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏକ ଫଟୋ ଭାଇରାଲ ହୋଇଥିଲା | ଯେଉଁଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର କୁହାଯାଇଥିଲା | ତେବେ ତାଙ୍କ ପୁଅ ଏହାକୁ ଖଣ୍ଡନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe