ଅଞ୍ଜଳିଙ୍କୁ କନ୍ଦାଇଲା ଏମ୍‌ଏମ୍‌ଏସ୍‌

Advertisment
ଅଞ୍ଜଳିଙ୍କୁ କନ୍ଦାଇଲା ଏମ୍‌ଏମ୍‌ଏସ୍‌

Masala Khabars

‘କାଚା ବାଦାମ’ ଗୀତରେ ନୃତ୍ୟ କରି ରାତାରାତି ପ୍ରସିଦ୍ଧ ହୋଇଥିବା ଅଞ୍ଜଳି ଅରୋଡ଼ାଙ୍କ ନାମରେ ଏକ ଅଶଡ଼ ଏମ୍‌ଏମ୍‌ଏସ୍ ଭିଡିଓ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏହି ଭିଡିଓ ନେଇ ଅଞ୍ଜଳି ଏ ପର୍ଯ୍ୟନ୍ତ ଚୁପ୍ ଥିଲେ। ତେବେ ଲୋକଙ୍କ ନିନ୍ଦାର ଶିକାର ହେବା ପରେ ସେ ଶେଷରେ ନିରବତା ଭଙ୍ଗ କରିଛନ୍ତି। ଏକ ସାକ୍ଷାତକାର ମାଧ୍ୟମରେ ସେ ଏହି ଭିଡିଓର ବାସ୍ତବତା ପ୍ରକାଶ କରିବା ସହ ଅପବାଦର ଚାପରେ କାନ୍ଦି ପକାଇଛନ୍ତି। ଅଞ୍ଜଳି କହିଛନ୍ତି, ‘ମୋ ନାମ ଓ ଫଟୋ ଲଗାଇ ଲୋକେ କହୁଛନ୍ତି ଯେ ଏ ଭିଡିଓରେ ଅଞ୍ଜଳି ଅଛନ୍ତି। ମୁଁ ଜାଣି ନାହିଁ ଲୋକମାନେ ଏମିତି କାହିଁକି କରୁଛନ୍ତି, ଯେତେବେଳେକି ସେମାନେ ହିଁ ମୋତେ ଗଢ଼ିଛନ୍ତି।

ମୁଁ ଯେଉଁ ଭିଡିଓରେ ନାହିଁ ତାକୁ ଏତେ ପ୍ରସାର କରାଯାଉଛି କାହିଁକି? ମୋର ବି ପରିବାର ଅଛି, ଛୋଟ ଭାଇ ଅଛନ୍ତି ଯେଉଁମାନେ ଏସବୁ ଦେଖନ୍ତି। ଆପଣ କାହାକୁ ବଦନାମ କରିବାକୁ ଚାହାନ୍ତି ବୋଲି କ’ଣ ଏମିତି କରିବେ? କୁହାଯାଏ, କାହାର ସମକକ୍ଷ ହୋଇ ନ ପାରିଲେ ତାଙ୍କୁ ବଦନାମ କରିବା ଆରମ୍ଭ କରିଦିଅ, ସେଥିପାଇଁ ବୋଧେ ଲୋକେ ଏମିତି କରୁଛନ୍ତି।’ ଉଲ୍ଲେଖନୀୟ ଯେ ଅଞ୍ଜଳିଙ୍କ ‘କାଚା ବାଦାମ’ ନୃତ୍ୟ ଏତେ ଲୋକପ୍ରିୟ ହୋଇଥିଲା ଯେ ତାଙ୍କୁ କଙ୍ଗନା ରଣାଵତଙ୍କ ‘ଲକ୍‌ ଅପ୍‌’ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଥିଲା। ସେହି କାର୍ଯ୍ୟକ୍ରମର ଅନ୍ୟତମ ଅଂଶଗ୍ରହଣକାରୀ ତଥା ହାସ୍ୟ ଅଭିନେତା ମୁନାଵର ଫାରୁକୀଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ପ୍ରଶଂସକମାନେ ସେମାନଙ୍କ ଯୋଡ଼ିକୁ ‘ମୁଞ୍ଜଲି’ ଡାକିବାକୁ ଲାଗିଥିଲେ। ତେବେ କାର୍ଯ୍ୟକ୍ରମ ସରିବା ପରେ ସେମାନେ ପରସ୍ପରଙ୍କ ସହିତ ଦେଖାଦେବା ତ ଦୂରର କଥା, କେହି କାହାରି ବିଷୟରେ ଗୋଟିଏ ଶବ୍ଦ ବି କହିନାହାନ୍ତି। ପରେ ଜଣାପଡ଼ିଲା ଯେ ଦୁହେଁ ପରସ୍ପରଙ୍କୁ ନୁହେଁ ବରଂ ଭିନ୍ନ ଭିନ୍ନ ଲୋକଙ୍କୁ ଭଲପାଆନ୍ତି।

ଅଞ୍ଜଳିଙ୍କ ପାଇଁ ଏଭଳି ଏମ୍ଏମ୍‌ଏସ୍‌ ଭିଡିଓ ଅଭିଜ୍ଞତା ନୂଆ କଥା ନୁହେଁ। ‘ଲକ୍‌ ଅପ୍‌’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଧ୍ୟ ଏଭଳି ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ସେତେବେଳେ ତାଙ୍କ ପିତାମାତା ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଏବେ ପୁଣି ଥରେ ତାହାର ପୁନରାବୃତ୍ତି ଘଟିଛି। ଭିଡିଓରେ ସେ ନାହାନ୍ତି ବୋଲି ସ୍ପଷ୍ଟ କରିବା ପରେ ବି ଅପବାଦ ଦୂର କରିବା ଏତେ ସହଜ ନୁହେଁ ବୋଲି ଅଞ୍ଜଳି ଜାଣନ୍ତି। ତେଣୁ ସେ ପରିବାର ଲୋକଙ୍କ ସହ ଏ ନେଇ ସାଇବର୍‌ ସେଲ୍‌ରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe