୨୧୧୪ଟି ବିଜ୍ଞାପନରେ ଅଭିନୟ କରିଛନ୍ତି ଏହି ମଡେଲ୍

Advertisment
୨୧୧୪ଟି ବିଜ୍ଞାପନରେ ଅଭିନୟ କରିଛନ୍ତି ଏହି ମଡେଲ୍

୨୦୧୪ରେ ମୁକ୍ତିଲାଭ କରିଥିଲା, ନିର୍ଦେଶକ ହଂସନୈନ ହୈଦରାବାଦଓ୍ଵାଲାଙ୍କ ପ୍ରଥମ ଫିଲ୍ମ ‘ୟା ରବ’। ଏହି ଫିଲ୍ମ ବିଭିନ୍ନ ବିଭାଗରେ ମୋଟ ବାରଟି ପୁରସ୍କାର ଜିଣି ଚହଳ ସୃଷ୍ଟି କରିଥିଲା। ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରଜୁମନ ମୁଗଲ। ଏହା ଥିଲା, ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ। ସେ ଜମ୍ମୁର ମୂଳ ବାସିନ୍ଦା। ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଗ୍ଲାମର୍‌ ଦୁନିଆରେ ସୁପ୍ରତିଷ୍ଠିତ ହୋଇସାରିଥିଲେ। ସେ ତେର ବର୍ଷ ବୟସରୁ ମଡେଲିଂ କରିଆସିଲେଣି। ସେ ଅଦ୍ୟାବଧି ୨୧୨୪ଟି ବିଜ୍ଞାପନରେ କାମ କରିସାରିଲେଣି। ଏଥିରୁ ତାଙ୍କର ସଫଳତା ଅନୁମେୟ। ତେବେ, ‘ୟା ରବ’ ପରେ ସେ ଆଉ ହିନ୍ଦୀ ଫିଲ୍ମ ନ ପାଇବାରୁ ଦକ୍ଷିଣରେ କାମ କରୁଛନ୍ତି।

ଏବେ ତାଙ୍କର ଦ୍ୱିତୀୟ ବଲିଉଡ୍‌ ଫିଲ୍ମ ‘ତେରା କ୍ୟା ହୋଗା ଲଂବୋଦର’ ମୁକ୍ତିଲାଭ ଅପେକ୍ଷାରେ। ଏହା ରହସ୍ୟ ତଥା ହାସ୍ୟରସଧର୍ମୀ ପାରିବାରିକ ଚଳଚ୍ଚିତ୍ର। ଏଥିରେ ଅରଜୁମନ, ଜଣେ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ମୀନା କୁମାରୀ, ମଧୁବାଲା ଓ କାଜୋଲଙ୍କ ଦ୍ୱାରା ସେ ଅନୁପ୍ରାଣିତ। ଅରଜୁମନ ଯଦିଓ ଦକ୍ଷିଣୀ ଫିଲ୍ମରେ ଅଭିନୟ କରୁଛନ୍ତି, ସର୍ବଦା ଏଥିରେ ଲାଖିରହିବା ଚାହାଁନ୍ତିନାହିଁ। ତାଙ୍କର ପସନ୍ଦ ବଲିଉଡ୍‌। ଅଧିକରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ ସୁଯୋଗ ପାଇଁ ଅପେକ୍ଷା କରିଛନ୍ତି। ‘ତେରା କ୍ୟା ହୋଗା ଲଂବୋଦର’ ହୁଏ ତ ତାଙ୍କ ପେସାଦାର କଳାକାର ଜୀବନକୁ ଏକ ନୂଆ ମୋଡ଼ ଦେଇପାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe