ହଲ୍‌ ଖୋଲିଲେ ପ୍ରଥମେ ମୋଦିଙ୍କ ବାୟୋପିକ୍‌

ହଲ୍‌ ଖୋଲିଲେ ପ୍ରଥମେ ମୋଦିଙ୍କ ବାୟୋପିକ୍‌

India TV News

ଦେଶରେ ସିନେମା ହଲ୍‌ଗୁଡ଼ିକ ଖୋଲିଲେ ପ୍ରଥମ ଚଳଚ୍ଚିତ୍ର ଭାବେ ପିଏମ୍‌ ମୋଦିଙ୍କ ବାୟୋପିକ୍‌ ତଥା ବିବେକ୍‌ ଓବରଏଙ୍କ ଅଭିନୀତ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ହଲ୍‌ରେ ପଡ଼ିବ। କରୋନା କଟକଣା ସହ ଅକ୍ଟୋବର ୧୫ରୁ ହଲ୍‌ଗୁଡ଼ିକ ଖୋଲିବ। ସିନେ ସମୀକ୍ଷକ ତଥା ଚଳଚ୍ଚିତ୍ର ଶିଳ୍ପ ବିଶ୍ଳେଷକ ତରନ ଆଦର୍ଶ, ପିଏମ୍‌ ନରେନ୍ଦ୍ର ମୋଦୀ ପୁଣି ଥରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବା ଖବରକୁ ସ୍ପଷ୍ଟ କରାଇଛନ୍ତି। ଶନିବାର ଟ୍ବିଟ୍‌ରରେ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରିବା ସହ ଏହି ଖବର ସେ ଦେଇଛନ୍ତି। ପ୍ରକାଶଯୋଗ୍ୟ ୨୦୧୯ ମେ’ ୨୪ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତଲାଭ କରିଥିଲା। ଏଥିରେ ବିବେକ ପିଏମ୍‌ ମୋଦୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe