ଆରପାରିରେ 'କେଜିଏଫ'ର ଏହି କଳାକାର, ଦକ୍ଷିଣୀ ସିନେମାରେ ଛାଡିଥିଲେ ସ୍ୱତନ୍ତ୍ର ଛାପ

Advertisment
ଆରପାରିରେ 'କେଜିଏଫ'ର ଏହି କଳାକାର, ଦକ୍ଷିଣୀ ସିନେମାରେ ଛାଡିଥିଲେ ସ୍ୱତନ୍ତ୍ର ଛାପ

ଚେନ୍ନାଇ: ଫିଲ୍ମ 'କେଜିଏଫ୍ ୨' ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇ ଲଗାତାର ରେକର୍ଡ ପରେ ରେକର୍ଡ କରୁଛି | ୟଶଙ୍କ ଅଭିନୟ ବ୍ୟତୀତ ଫିଲ୍ମର ବାକି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଛନ୍ତି | ତେବେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଃଖରେ ଭସାଇଦେଇଛି | ବାସ୍ତବରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ମୋହନ ଜୁନେଜାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ମୋହନ ଜୁନେଜା ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |

publive-image

ଆଜି ବାଙ୍ଗାଲୋରର ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିବାବେଳେ କେଜିଏଫ ବ୍ୟତୀତ ଅନେକ କମେଡି ଭୂମିକାରେ ସେ ଅଭିନୟ କରିଛନ୍ତି | ମୋହନ ଜୁନେଜାଙ୍କ ମୃତ୍ୟୁ ଖବର ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ଆଜି ତାଙ୍କର ଅନ୍ତିମ ସଂସ୍କାର ହେବାକୁ ଥିବାବେଳେ ଚଳଚ୍ଚିତ୍ର 'କେଜିଏଫ୍ ପାର୍ଟ ୨'ରେ ମୋହନ ସାମ୍ବାଦିକା ଆନନ୍ଦୀଙ୍କ ସୂଚନାଦାତା ଭୂମିକାରେ ଅଭିନୟ କରିଥିଲେ। ମୋହନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ |

ସେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି | ଯଦିଓ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିନାହାନ୍ତି ତଥାପି କେଜିଏଫ ୧ ଏବଂ କେଜିଏଫ ୨ ରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe