ଏଏମଏମଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଆସିଲା ମୋନଲାଲଙ୍କ ପ୍ରଥମ ପ୍ରତିକ୍ରିୟା

ଜଣକ ପାଇଁ ସମସ୍ତଙ୍କୁ ଦାୟୀ କରିବା ଉଚିତ୍ ନୁହେଁ। ଇଣ୍ଡଷ୍ଟ୍ରିର ଛବି ଖରାପ କର ନାହିଁ। ଏଏମଏମଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ମୋହନଲାଲ।

g

ନୂଆଦିଲ୍ଲୀ: ହେମା କମିଟି ରିପୋର୍ଟ ଆସିବା ପରେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଛି। ଏନେଇ ଅନେକ ଆଲୋଚନା ହେବା ସହ ନିନ୍ଦା ହେବାରୁ କିଛି ଦିନ ତଳେ ଆସୋସିଏସନ ଅଫ୍ ମଲୟାଲମ ମୁଭି ଇଣ୍ଡଷ୍ଟ୍ରି (ଏଏମଏମଏ)ରୁ ଇସ୍ତଫା ଦେଇଥିଲେ ମଲୟାଲମ ସୁପରଷ୍ଟାର ମୋହନଲାଲ । କୌଣସି ପ୍ରତିକ୍ରିୟା ନଦେଇ ସେ ଇସ୍ତଫା ଦେଇଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରୁଥିଲେ। ଏବେ ସେ ପୂରା ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସେ କେରଳ କ୍ରିକେଟ୍ ଲିଗ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଭିନେତା ସାଧାରଣ ପୋଷାକ ପିନ୍ଧିଥିବା ବେଳେ ସମାରୋହରେ ହାତ ଯୋଡି ସମସ୍ତଙ୍କୁ ନମସ୍କାର କରିଥିଲେ। ଏହି ସମୟରେ ତାଙ୍କୁ ହେମା କମିଟି ରିପୋର୍ଟ ବିଷୟରେ ପଚରାଯିବାରୁ ସେ କହିଥିଲେ, “ହେମା କମିଟି ରିପୋର୍ଟ ସ୍ୱାଗତଯୋଗ୍ୟ। ହେଲେ ମୋର ଅନୁରୋଧ; ଦୟାକରି ମଲାୟାଲମ ଇଣ୍ଡଷ୍ଟ୍ରିକୁ ନଷ୍ଟ କରନ୍ତୁ ନାହିଁ। ମୁଁ ଗତ ଦୁଇ ଥର ପାଇଁ ଏଏମଏମଏ ଅଧ୍ୟକ୍ଷ ଥିଲି। ହେମା କମିଟି ରିପୋର୍ଟ ପାଇଁ ସମଗ୍ର ମଲୟାଲମ୍ ଇଣ୍ଡଷ୍ଟ୍ରି ଉତ୍ତରଦାୟୀ । ହେଲେ ଏବେ ସମସ୍ତେ ଏଏମଏମଏକୁ ପ୍ରଶ୍ନ କରୁଛନ୍ତି। ଏଏମଏମଏ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ | କେବଳ ଏଏମଏମଏକୁ ନୁହେଁ ସମସ୍ତଙ୍କୁ ଏହି ପ୍ରଶ୍ନ ପଚରାଯିବା ଉଚିତ୍ । ମଲାୟାଲମ ଇଣ୍ଡଷ୍ଟ୍ରି ସହିତ ଅନେକ ଲୋକ ଜଡିତ ଅଛନ୍ତି। ସମସ୍ତଙ୍କୁ ଦାୟୀ ନକରି କେବଳ ଦୋଷୀକୁ ଦଣ୍ଡ ଦିଆଯିବା ଉଚିତ୍।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe