ଆର୍ମି ପୋଷାକ ପିନ୍ଧି ଉଦ୍ଧାରକାର୍ଯ୍ୟ ପାଇଁ ପହଞ୍ଚିଲେ ମୋହନଲାଲ

Advertisment
ଆର୍ମି ପୋଷାକ ପିନ୍ଧି ଉଦ୍ଧାରକାର୍ଯ୍ୟ ପାଇଁ ପହଞ୍ଚିଲେ ମୋହନଲାଲ

ୱାୟନାଡ: କେରଳର ୱାୟନାଡ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୦ ଅତିକ୍ରମ କରିଛି। ୱାୟନାଡର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବା ବେଳେ ୩୦୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ନଷ୍ଟ ହୋଇଯାଇଥିବା ରାସ୍ତା, ସେତୁ ସହିତ ଯନ୍ତ୍ରପାତିର ଅଭାବ ତଥା ଭାରୀ ଯନ୍ତ୍ରର ଅଭାବ ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି |

ଏମଧ୍ୟରେ ଜଣେ ଅଭିନେତା ଭୂସ୍ଖଳନ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଖାଯାଇଛି | ମାଲୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ମୋହନଲାଲ ଆର୍ମି ପୋଷାକ ପିନ୍ଧି ଭୂସ୍ଖଳନ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ପହଁଚିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି |

ଭାରତୀୟ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ କାର୍ଯ୍ୟ କରୁଥିବା ମେଗାଷ୍ଟାର ମୋହନଲାଲ ଶନିବାର ଭୂସ୍ଖଳନ ହୋଇଥିବା ୱାୟନାଡ ପରିଦର୍ଶନ କରିଛନ୍ତି। ସେ ସେନା ୟୁନିଫର୍ମ ପିନ୍ଧି ପ୍ରଭାବିତ ଅଞ୍ଚଳକୁ ଯିବା ପୂର୍ବରୁ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖାଯାଇଥିଲା। ୨୦୦୯ରେ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ସମ୍ମାନିତ ହୋଇଥିବା ଏହି ଅଭିନେତା ସଙ୍କଟ ସମୟରେ ସମର୍ଥନ କରିବାକୁ ପହଞ୍ଚି ସମସ୍ତଙ୍କ ମନ କିଣିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe