ସିନେମାର ସଂଳାପ ଲେଖା କାମ ଚାଲିଥିବା ବେଳେ ଏହି ଓଡ଼ିଆ ନିର୍ଦ୍ଦେଶକଙ୍କର ଆକସ୍ମିକ ବିୟୋଗ ଘଟିଥିଲା

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

ସିନେମାର ସଂଳାପ ଲେଖା କାମ ଚାଲିଥିବା ବେଳେ ଏହି ଓଡ଼ିଆ ନିର୍ଦ୍ଦେଶକଙ୍କର ଆକସ୍ମିକ ବିୟୋଗ ଘଟିଥିଲା

ଭୁବନେଶ୍ବର:ଅଶୀ ଏବଂ ନବେ ଦଶକରେ ମହମ୍ମଦ ମହସୀନ୍‌ ଓଲିଉଡ୍‌ର ଜଣେ ଟପ୍‌ ଡିରେକ୍ଟର ଭାବେ ବିବେଚିତ ହେଉଥିଲେ। ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଓଡ଼ିଆ ସିନେମା ‘ଫୁଲ ଚନ୍ଦନ’ରୁ ସେ ନିର୍ଦ୍ଦେଶକଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।

Image result for mohd mohsin odia actor ମହମ୍ମଦ ମହସୀନ୍‌

ଏହାପରେ ମହମ୍ମଦ ମହସୀନ୍‌ ‘ଦଣ୍ଡାବାଳୁଙ୍ଗା’, ଜନନୀ,ଜଗା ହାତରେ ପଘା, ସହରୀ ବାଘ,ଚକାଭଉଁରୀ,ଏଇ ତ ଦୁନିଆଁ,ମମତାର ଡୋରି, ତୋ’ ବିନୁ ଅନ୍ୟ ଗତି ନାହିଁ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଲକ୍ଷ୍ମଣରେଖା,ମନ ରହିଗଲା ତୁମରିଠାରେ, ଧର୍ମ ସହିଲେ ହେଲା ଏବଂ ସନ୍ତାନ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଥିଲା ୨୦୦୨ରେ ରିଲିଜ୍‌ ହୋଇଥିବା ପ୍ରଯୋଜକ ସୁବାସ ରାଉତଙ୍କ ସୁପରହିଟ୍‌ ଫିଲ୍ମ ‘ସନ୍ତାନ’।

ହେଲେ ଆପଣ କ’ଣ ଜାଣନ୍ତି କି ଏକ ସିନେମାର ସ୍କ୍ରିପ୍ଟ କାମ କରୁଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ଘଟିଥିଲା । ଆପଣମାନେ କ’ଣ ଜାଣନ୍ତି କି ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ମହସୀନ୍‌ ବାବୁ ଏକ ଫିଲ୍ମର ସ୍କ୍ରିପ୍ଟ କାମ କରୁଥିଲେ । ଆଜ୍ଞା, ହଁ ନିର୍ଦ୍ଦେଶକ ମହମ୍ମଦ ମହସୀନ୍‌ ଯେଉଁ ଫିଲ୍ମର ସ୍କ୍ରିପ୍ଟ କାମରେ ବ୍ୟସ୍ତ ଥିଲେ, ତାହାର ଟାଇଟଲ୍‌ ଥିଲା ‘ସିନ୍ଦୂର’ । ଏହି ସିନେମାର ପ୍ରଯୋଜନା କରୁଥିଲେ ନିରଞ୍ଜନ ରଣା , ଯିଏ କି ପରେ ‘ଯେ ପାଞ୍ଚେ ପର ମନ୍ଦ’ ‘ହରି ଭାଇ ହାରେନା’ , ‘ରକତେ ଲେଖିଛି ନାଆଁ’, ‘ପହିଲି ରଜ ’ ଏବଂ ‘ଟାର୍ଗେଟ’ ଆଦି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

Image may contain: 1 person, sitting and indoor ରଣଜିତ ପଟ୍ଟନାୟକ

ମହମ୍ମଦ ମହସୀନ୍‌ଙ୍କ ‘ସିନ୍ଦୂର’ର ସଂଳାପ ଲେଖୁଥିଲେ ରଣଜିତ୍‌ ପଟ୍ଟନାୟକ । ଉଭୟେ ରଣଜିତ୍‌ ବାବୁଙ୍କ ବସାଘରେ ସ୍କ୍ରିପ୍ଟ୍‌ ପ୍ରସ୍ତୁତି ରେ ଲାଗିପଡ଼ିଥାଆନ୍ତି । ସେତେବେଳେ ରଣଜିତ୍‌ ପଟ୍ଟନାୟକ କଟକର ଡଗରପଡ଼ାରେ ଥିବା ଜୀବନରଙ୍ଗ ଭବନ ପରିସରରେ ସପରିବାର ରହୁଥାଆନ୍ତି । ସେଦିନ ପ୍ରାୟ ତିନି ଘଣ୍ଟା ଧରି ସ୍କ୍ରିପ୍ଟ କାମ କରିବା ପରେ ମହସୀନ୍‌ ବାବୁ ଘରକୁ ଲଞ୍ଚ କରିବା ପାଇଁ ବାହାରି ଥିଲେ । ଲଞ୍ଚ୍‌ ପରେ ପୁଣି ସ୍କ୍ରିପ୍ଟ୍‌ କାମ ଚାଲିବ ବୋଲି ଯୋଜନା ହୋଇଥିଲା । ହେଲେ ଘରେ ପହଞ୍ଚିବାପରେ ଆକସ୍ମିକ ଭାବେ ତାଙ୍କର ହୃଦଘାତ ହେଲା ଓ ତାଙ୍କର ପରଲୋକ ଘଟିଲା ।

publive-image ନିରଞ୍ଜନ ରଣା

ସେଇଠି ଆଉ ‘ ସିନ୍ଦୂର’ ର ସ୍କ୍ରିପ୍ଟ କାମ ଅଟକିଗଲା । ଏହାର କିଛି ଦିନ ପରେ ପ୍ରଯୋଜକ ନିରଞ୍ଜନ ରଣା ଅନ୍ୟ ନିର୍ଦ୍ଦେଶକଙ୍କୁ ନେଇ ‘ସିନ୍ଦୂର’ର ନିର୍ମାଣ କରିବାକୁ ପ୍ରୟାସ କରିଥିଲେ, ମାତ୍ର କେହି ରାଜି ହୋଇ ନ ଥିଲେ । ଏହି ଫିଲ୍ମରେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତଙ୍କୁ ଲିଡ୍‌ ରୋଲରେ ନିଆଯିବାର ଥିଲା । ସବୁଠୁଁ ବଡ଼ କଥା ଥିଲା ଯେ ବଲିଉଡ଼ ଅଭିନେତା ଆଶୁତୋଷ ରାଣାଙ୍କୁ ଏଥିରେ ଖଳନାୟକ ଚରିତ୍ରରେ ନିଆଯିବାର ଥିଲା, କିନ୍ତୁ ‘ସିନ୍ଦୂର’ର ନିର୍ମାଣ କାର୍ଯ୍ୟ ଆଉ ଆଗକୁ ଯାଇପାରିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe