ମୁଁ ତାଙ୍କ ଝିଅ ବୟସର, ସେ ମୋ ବାପାଙ୍କ ପରି; ଏଭଳି କହିଲେ ମୋହିନୀ

ମୋ ଜୀବନରେ ଅନେକ ପିତୃତୂଲ୍ୟ ବ୍ୟକ୍ତିତ୍ବ ଓ ଆଦର୍ଶ ଅଛନ୍ତି, ଯେଉଁମାନେ ମୋତେ ବହୁତ କିଛି ଶିଖାଇଛନ୍ତି ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏଆର ରହମାନ। ଏଭଳି କହି ଭିଡିଓ ଜାରି କଲେ ମୋହିନୀ ଦେ’।

mohini dey

ମୁମ୍ବାଇ: ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦ ଖବର ଏବେ ସର୍ବଜନବିଦିତ। ସେମାନଙ୍କ ବିବାହକୁ ୩୦ ବର୍ଷ ପୂରିବାକୁ ମାତ୍ର ଗୋଟାଏ ବର୍ଷ ବାକି ଥିବା ବେଳେ ଭାଙ୍ଗିଯାଇଛି ଦାମ୍ପତ୍ୟର ପ୍ରାଚୀର। ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଛାଡ଼ପତ୍ର ପାଇଁ ରହମାନଙ୍କ ଗୀଟାରିଷ୍ଟ ମୋହିନୀ ଦେ' ଦାୟୀ ବୋଲି କୁହାଯାଉଛି | କାରଣ ରହମାନଙ୍କ ଛାଡ଼ପତ୍ର ପରେ ପରେ ମୋହିନୀ ନିଜ ସ୍ଵାମୀଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଥିଲେ |

ଏହା ଉପରେ ପ୍ରତିକ୍ରିୟା ଦେଇ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି ମୋହିନୀ। ସେ କହିଛନ୍ତି ଯେ, "ମୋ ଜୀବନରେ ଅନେକ ପିତୃତୂଲ୍ୟ ବ୍ୟକ୍ତିତ୍ବ ଓ ଆଦର୍ଶ ଅଛନ୍ତି, ଯେଉଁମାନେ ମୋତେ ବହୁତ କିଛି ଶିଖାଇଛନ୍ତି ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏଆର ରହମାନ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ସେ ମୋ ବାପାଙ୍କ ପରି। ସେ ବାସ୍ତବରେ ମୋ ବାପାଙ୍କଠାରୁ ଟିକିଏ ସାନ | ତାଙ୍କ ଝିଅ ଠିକ୍ ମୋ ବୟସର, ମୁଁ ଭାବୁଛି | ଆମମାନଙ୍କର ପରସ୍ପର ପ୍ରତି ଭଲପାଇବା ଓ ସମ୍ମାନ ରହିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe