ମୋହିତ୍‌ଙ୍କ ଆଗରେ ଫିକା ପଡ଼ିବେ ରଣବୀର-ୟଶ !

Advertisment
bmdwgdgdi

ମୁମ୍ବାଇ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'ର ରିଲିଜ୍ ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁପରଷ୍ଟାର ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମ ଭୂମିକାରେ ଅଭିନୟ କରିବେ। ଏହା ସହିତ ଫିଲ୍ମରେ ରାବଣ ଚରିତ୍ରରେ କେଜିଏଫ୍ ଷ୍ଟାର ୟଶ ନଜର ଆସିବା ସହ ମାତା ସୀତାଙ୍କ ଚରିତ୍ରରେ ବଲିଉଡରେ ଡେବ୍ୟୁ କରିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହାର ଖୁଲାସା କିଛି ମାସ ତଳେ ହୋଇସାରିଥିବା ବେଳେ ଏବେ ଜଣେ ଲୋକପ୍ରିୟ ଟିଭି ଷ୍ଟାର୍‌ଙ୍କୁ ମଧ୍ୟ ଫିଲ୍ମରେ ସୁଯୋଗ ମିଳିିଥିବା ଜଣାଯାଇଛି। 

ଇଣ୍ଡିଆ ଫୋରମର ଏକ ରିପୋର୍ଟ ଅନୁଯାୟୀ, ଟେଲି ଅଭିନେତା ମୋହିତ ରୈନା ଫିଲ୍ମ 'ରାମାୟଣ'ରେ ପ୍ରବେଶ କରିଛନ୍ତି। ମୋହିତ ଏହି ଫିଲ୍ମରେ ଭଗବାନ ଶିବ ଭୂମିକାରେ ନଜର ଆସିବେ। ଏହି ଅଭିନେତା ପୂର୍ବରୁ ଅନେକ ଟିଭି ସୋ'ରେ ମହାଦେବ ଭୂମିକାରେ ଅଭିନୟ କରିସାରିଛନ୍ତି। ମହାଦେବ ଭାବରେ ତାଙ୍କୁ ଲୋକପ୍ରିୟତା ମିଳିଥିବାରୁ ଫିଲ୍ମ ପାଇଁ ତାଙ୍କ ନାମ ଚୂଡ଼ାନ୍ତ ହୋଇଛି।

ମୋହିତ ରୈନାଙ୍କ ଫିଲ୍ମରେ ପ୍ରବେଶ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଏବେ ଜଣେ ଟିଭି ଅଭିନେତା ଦୁଇ ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ'। ଆଉ ଜଣେ ଲେଖିଛନ୍ତି, 'କେବଳ ସେ ହିଁ ମହାଦେବଙ୍କ ଭୂମିକାକୁ ନ୍ୟାୟ ଦେଇପାରିବେ।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe