ଲାଇଭ୍ କନସର୍ଟ ସମୟରେ ଅଣନିଶ୍ବାସୀ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ମୋନାଲି

ଲାଇଭ୍ କନସର୍ଟ ସମୟରେ ଅଣନିଶ୍ବାସୀ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କଣ୍ଠଶିଳ୍ପୀ ମୋନାଲି ଠାକୁର। ସେ ବର୍ତ୍ତମାନ ପଶ୍ଚିମବଙ୍ଗର କୁଚବିହାରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

tmonali

କୋଲକାତ‌ା: ଲାଇଭ୍ କନସର୍ଟ ସମୟରେ ଅଣନିଶ୍ବାସୀ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କଣ୍ଠଶିଳ୍ପୀ ମୋନାଲି ଠାକୁର। ସେ ବର୍ତ୍ତମାନ ପଶ୍ଚିମବଙ୍ଗର କୁଚବେହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। 

ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୧ ତାରିଖ ସନ୍ଧ୍ୟାରେ କୁଚବେହାରସ୍ଥିତ ଦିନହାଟା ମହୋତ୍ସବରେ ମୋନାଲି ଠାକୁର ସଙ୍ଗୀତ ପରିବେଶଣ କରିଥିଲେ। ଫେସବୁକରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଗାୟିକା ସଙ୍ଗୀତ ପରିବେଶଣ କରୁଥିବା ବେଳେ ହଠାତ୍ ଅଟକି ଯାଉଛନ୍ତି। ଅସୁସ୍ଥ ଅନୁଭବ କରୁଛି, ଆଗକୁ ଗୀତ ଗାଇପାରିବି ନାହିଁ ବୋଲି କହି ସେ ଆସିଥିବା ଶ୍ରୋତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଉଛି।

କୁହାଯାଉଛି ଯେ, ମୋନାଲିଙ୍କୁ ପ୍ରଥମେ ଦିନହାଟା ଉପ-ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ତା'ପରେ, ଗାୟିକାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଆଉ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

କିଛି ସପ୍ତାହ ପୂର୍ବେ ମଧ୍ୟ ମୋନାଲି ଠାକୁର ଚର୍ଚ୍ଚାରେ ଥିଲେ। ଉପଯୁକ୍ତ ମଞ୍ଚ ବ୍ୟବସ୍ଥାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଦର୍ଶାଇ ଗାୟିକା ହଠାତ୍ ବାରାଣସୀରେ ତାଙ୍କର କନସର୍ଟ ବନ୍ଦ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe