ମହାକାଳର ନାୟିକା ମୋନାଲି

Advertisment
ମହାକାଳର ନାୟିକା ମୋନାଲି

ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ପ୍ରଥମେ କ୍ୟାମେରା ସାମ୍ନାକୁ ଆସିଥିଲେ, ଆଉ ଦଶମ ଶ୍ରେଣୀରେ ବନିଗଲେ ବଡ଼ ପରଦାର ନାୟିକା। ଶିଶୁ କଳାକାରରୁ ନାୟିକା ବନିଥିବା ଏହି ଅଭିନେତ୍ରୀ ହେଉଛନ୍ତି ବାଲେଶ୍ବରର ମୋନାଲି ବାରିକ। ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବା ସମୟରେ ମୋନାଲି ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଲୁବୁନ୍-ଟୁବୁନ୍‌ଙ୍କ ମ୍ୟୁଜିକ୍ ଆଲବମ୍‌ ‘ନଟ୍‌ଖଟ୍‌ ମନ’ରେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ସେ ହାସ୍ୟାଭିନେତା ପ୍ରଜ୍ଞାଙ୍କ ସହ ‘ଗୁଲୁଗୁଲାର ଟାୟାର ପଙ୍କଚର୍’, ‘ମୋର ଭୂଗୋଳରେ ଭଲ ହେଉଥିଲା’ ଏବଂ ‘ଆସ ଡଙ୍ଗା ଭସାଇବା’ ଭଳି ତିନିଟି କମେଡିରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ମୋନାଲି ଜଣେ ଭଲ ନୃତ୍ୟଶିଳ୍ପୀ। ତାଙ୍କ ନୃତ୍ୟ ଓ ଅଭିନୟ ଦକ୍ଷତାରେ ପ୍ରଭାବିତ ହୋଇ ଅଭିନେତା-ନିର୍ଦ୍ଦେଶକ ଦେବବ୍ରତ ପ୍ରଧାନ ମୋନାଲିଙ୍କୁ ତାଙ୍କ ସିନେମା ‘ମହାକାଳ’ରେ ନାୟିକା ଭୂମିକା ନେଇଛନ୍ତି। ଏହି ସିନେମାରେ ମୋନାଲିଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ‘ରେଖା’। ଏଥିରେ ନାୟକ ଦେବଙ୍କ ବିପକ୍ଷରେ ନଜର ଆସିବେ ସେ। ଆଗକୁ ଜଣେ ନାମକରା ଅଭିନେତ୍ରୀ ହେବାର ଅଭିଳାଷ ରଖିଛନ୍ତି ମୋନାଲି। ବାପା ସୁଜୟ କୁମାର ବାରିକଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ସେ ଅଭିନୟ ଜଗତକୁ ଆସିଛନ୍ତି। ସିଦ୍ଧାନ୍ତ ଓ ଅର୍ଚ୍ଚିତା ତାଙ୍କର ପ୍ରିୟ ଓଡ଼ିଆ କଳାକାର ବୋଲି ମୋନାଲି କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe