ଏହି ଅଭିନେତାଙ୍କ ସହ କାମ କରିବେ ଭାଇରାଲ ଗର୍ଲ ମୋନାଲିସା !

ମହାକୁମ୍ଭରେ ମାଳ ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସାଙ୍କୁ ଏବେ ବଲିଉଡ୍ ଚଳଚ୍ଚିତ୍ର ମିଳିଛି। ସେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତାଙ୍କ ଭାଇଙ୍କ ସହ ସେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି।

tmonua

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳ ବିକ୍ରି କରୁଥିବା ମୋନାଲିସାଙ୍କୁ ଫିଲ୍ମରେ କାମ କରିବାର ପ୍ରସ୍ତାବ ମିଳିଛି। ଚଳଚ୍ଚିତ୍ର ନିର୍ମାତା ସନୋଜ ମିଶ୍ର ତାଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର "ଦି ଡାଏରୀ ଅଫ୍ ମଣିପୁର"ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବାକୁ ଅଫର ଦେଇଛନ୍ତି। ପରିବାରର ଅନୁମତି ପରେ ମୋନାଲିସା ଏହି ଫିଲ୍ମ କରିବାକୁ ରାଜି ହୋଇଛନ୍ତି। ସନୋଜ ମିଶ୍ର ତାଙ୍କ ଗାଁକୁ ଯାଇଥିଲେ ଯେଉଁଠାରେ ମୋନାଲିସା ତାଙ୍କୁ ଭେଟିବା ଫିଲ୍ମ ସାଇନ୍ କରିଥିବା ସାମ୍ନାକୁ ଆସିଛି।

ଏହି ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବେ। ଫିଲ୍ମର ସୁଟିଂ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ହେବ। ଏହି ଫିଲ୍ମ ଅକ୍ଟୋବର କିମ୍ବା ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ସୁଟିଂ ପୂର୍ବରୁ ମୋନାଲିସାଙ୍କୁ ତିନି ମାସ ପାଇଁ ମୁମ୍ବାଇରେ ଅଭିନୟ ତାଲିମ ଦିଆଯିବ।

ଏହି ଫିଲ୍ମଟି ମଣିପୁରରେ ଘଟିଥିବା ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ ଷ୍ଟାର ରାଜକୁମାର ରାଓଙ୍କ ବଡ଼ ଭାଇ ଅମିତ ରାଓ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe