ପରଦାରେ ଅନୁପମଙ୍କ ଝିଅ ସାଜିବେ ଭାଇରାଲ ଗାର୍ଲ

ମୋନାଲିସା ସିନେମା ‘ଦ ମଣିପୁର ଡାୟରିଜ’ର ସୁଟିଂ ପାଇଁ ଗ୍ରାମ ମହେଶ୍ବରରୁ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ସିନେମା ନି‌‌ର୍ଦ୍ଦେଶକ ମନୋଜ ମିଶ୍ରାଙ୍କ ଆସିଷ୍ଟାଣ୍ଟ ମହେନ୍ଦ୍ର ଲୋଧି ମୋନାଲିସାଙ୍କୁ ନେବା ପାଇଁ ମହେଶ୍ବରରେ ଯାଇଥିଲେ।

ଅଦ୍ୟତନ ହୋଇଛି
WRE

R5

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ତାଙ୍କ ନୀଳ ଆଖି ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରରେ ଅଛନ୍ତି। ସୋସିଆଲ ମିଡିଆରେ ମୋନାଲିସା ଭାଇରାଲ ହେବାପରେ ତାଙ୍କୁ ଲୋକେ ମହାକୁମ୍ଭରେ ଖୁବ ହଇରାଣ କରିଥିଲେ। ସେଥିପାଇଁ ସେ ମହାକୁମ୍ଭ ଛାଡ଼ି ନିଜ ଗାଁକୁ ଚାଲି ଯାଇଥିଲେ। 

ପ୍ରକାଶିତ ରିପୋର୍ଟ ମୁତାବକ, ମୋନାଲିସା ସିନେମା ‘ଦ ମଣିପୁର ଡାୟରିଜ’ର ସୁଟିଂ ପାଇଁ ଗ୍ରାମ ମହେଶ୍ବରରୁ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ସିନେମା ନି‌‌ର୍ଦ୍ଦେଶକ ମନୋଜ ମିଶ୍ରାଙ୍କ ଆସିଷ୍ଟାଣ୍ଟ ମହେନ୍ଦ୍ର ଲୋଧି ମୋନାଲିସାଙ୍କୁ ନେବା ପାଇଁ ମହେଶ୍ବରରେ ଯାଇଥିଲେ।

ଗାଁରୁ ମୁମ୍ବାଇ ମୋନାଲିସାଙ୍କୁ ସୁରକ୍ଷିତ ଭାବେ ଆଣିବା ମହେନ୍ଦ୍ର ଲୋଧି ସେଠାକର ଥାନା ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ।  ଏହାପରେ ମୋନାଲିସା ତାଙ୍କ ବଡ଼ ବାପା ବିଜୟ ପଟେଲ, ଭଉଣୀ ରୁପନ୍ନ ପଟେଲ ସହିତ ଇନ୍ଦୋର ଯାତ୍ରା କରିଥିଲେ। ଇନ୍ଦୋର ପହଞ୍ଚି ସେଠାରୁ ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିଛନ୍ତି। 

‘ଦ ମଣିପୁର ଡାୟରିଜ’ରେ ମୋନାଲିସାେ ଜଣେ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ମୁମ୍ବାଇରେ ଚାଲିଛି। ମୋନାଲିସା ଉଭୟ ମୁମ୍ବାଇ ଓ କୋଲକାତାରେ ପ୍ରଶିକ୍ଷଣ ନେବେ। ଏହାପରେ ‌ସେ ସିନେମା ପାଇଁ ଅଭିନୟ ଆରମ୍ଭ କରିବେ।

ଏହି ସି‌ନେମାରେ ଜଣେ ସେନା ଅଧିକାରୀ ଭାବେ ଅନୁପମ ଖେର ନଜର ଆସି‌ବେ। ପରଦାରେ ଅନୁପମ ଖେରଙ୍କ ଝିଅ ସାଜି ମୋନାଲିସା କ’ଣ ଜଲୱା ଦେଖାଉଛନ୍ତି ସେ ଅପେକ୍ଷାରେ ଅଛନ୍ତି ଦର୍ଶକ।  ସିନେମା ନିର୍ଦ୍ଦେଶକ ମୋନାଲିସାଙ୍କ ଅଭିନୟକୁ ନେଇ ଖୁବ ଆଶବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe