ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ଭାଇରାଲ ଗାର୍ଲଙ୍କ ପ୍ରତିକ୍ରିୟା

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲାକୁ ନେଇ ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।। 

New Project (23)

y543

ମୁମ୍ବାଇ:ଇନ୍ଦୋରର ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ସାରା ଦେଶକୁ ଚକିତ କରି ଦେଇଛି। ସୋନମଙ୍କ ଏଭଳି ପଦକ୍ଷେପକୁ ସାରା ଦେଶରେ ତୀବ୍ର ନିନ୍ଦା କରାଯାଉଛି। 

ରାଜା ସହିତ ହନିମୁନରେ  ଯାଇ ପ୍ରେମିକ ସହିତ ମିଶି କଣ୍ଟ୍ରାକ୍ଟ କିଲରଙ୍କ ସହିତ ଯୋଗାଯୋଗ କରି ସୋନମ ସ୍ବାମୀଙ୍କୁ ହତ୍ୟା କରିଥିଲେ। ଘଟଣା ପ୍ରଘଟ ହେବାପରେ ସୋନମ ପୁଲିସ ନିକଟରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ଗୁରୁବାର ତାଙ୍କ ରିମାଣ୍ଡ ଶେଷ ହୋଇଥିବା ତଦନ୍ତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।  

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲାକୁ ନେଇ ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।। 

ମୋନାଲିସାଙ୍କୁ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ବିଷୟରେ ପଚରାଯିବାରୁ ସେ କହିଥିଲେ, 'ଯେତେବେଳେ ମୁଁ ଏହା ଜାଣିବାକୁ ପାଇଲି, ବହୁତ ଦୁଃଖ ଲାଗିଥିଲା, ମୋତେ ଏହା ଆଦୌ ପସନ୍ଦ ଆସି ନଥିଲା। ଯଦି ସୋନମଙ୍କୁ ରାଜା ପସନ୍ଦ ନଥିଲେ ତେବେ ସେ ତାଙ୍କ ପରିବାରକୁ ଜଣାଇ ପାରିଥାନ୍ତେ। ପରିବାରଲୋକ ହୁଏତ କିଛି ନିଷ୍ପତ୍ତି ନେଇ ପାରିଥାନ୍ତେ, କିନ୍ତୁ ସେ ଯାହା କଲେ ଆଦୌ ଗ୍ରହଣୀୟ ନୁହେଁ। ମୃତ ରାଜାଙ୍କ ବାପା ଓ ମା’ଙ୍କ ଉପରେ କ'ଣ ବିତୁଥିବ ମୁଁ କଳ୍ପନା ବି କରି ପାରୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe