୧୦୦ କୋଟିରୁ ଅଧିକ ଆୟ ଚଳଚ୍ଚିତ୍ର: ଶାହରୁଖ୍‌ଙ୍କ ତୁଳନାରେ ସଲ୍‌ମାନ୍‌ ଓ ଦୀପିକାଙ୍କ ତୁଳନାରେ କ୍ୟାଟ୍ରିନା ଆଗରେ

କେମିତି ପାଳିଥିଲେ ଶାହରୁଖ୍‌ ଓ ସଲ୍‌ମାନ୍‌ ଗତବର୍ଷ ଇଦ୍‌

Times of India

ଅଭିନେତା ସଲ୍‌ମାନ୍‌ ଖାନ୍‌ ଓ ଶାହରୁଖ୍‌ ଖାନ୍‌ ବଲିଉଡ୍‌ର ଦାମୀ କଳାକାର। ଉଭୟ ସୁପରହିଟ୍‌ ଚଳଚ୍ଚିତ୍ର ଭେଟି ଦେବାରେ ରେକର୍ଡ କରିଛନ୍ତି। ତେବେ ବକ୍ସ ଅଫିସରେ ୧୦୦ କୋଟି ଆୟ କରିଥିବା ଚଳଚ୍ଚିତ୍ର ସଂଖ୍ୟା ହିସାବକୁ ନେଲେ, ସଲ୍‌ମାନ୍‌ ଏଥିରେ ଆଗରେ ରହିବେ। ଶାହରୁଖଙ୍କ ଚେନ୍ନାଇ ଏକ୍ସପ୍ରେସ, ହାପି ନିଉ ଇୟର, ଦିଲ୍‌ୱାଲେ, ରାଇସ୍‌, ରା-ୱାନ, ଡନ-୨, ଜବ ତକ ହୈ ଜାନ୍‌ ୧୦୦ କୋଟି ଆୟ ଅତିକ୍ରମ କରିଛି। ମାତ୍ର ସଲ୍‌ମାନ୍‌ଙ୍କ ‘ଟାଇଗର ଜିନ୍ଦା ହୈ ’ ୩୩୯କୋଟି ଆୟ କରିଥିବା ବେଳେ ୧୦୦କୋଟି ଆୟ କରିଥିବା ସଲମାନଙ୍କ ଚଳଚ୍ଚିତ୍ର ଶାହରୁଖଙ୍କ ତୁଳନାରେ ଦୁଇଗୁଣ। ୧୦୦କୋଟି ଆୟ କ୍ଲବରେ ବଜରଙ୍ଗୀ ଭାଇଜାନ, ସୁଲତାନ, କିକ୍‌, ଭାରତ, ପ୍ରେମ ରତନ ଧନ୍‌ ପାୟୋ, ଏକ୍‌ ଥା ଟାଇଗର, ରେସ ୩, ଦବଙ୍ଗ ୨, ବଡିଗାର୍ଡ, ଦବାଙ୍ଗ, ଦବଙ୍ଗ ୩, ରେଡି, ଟ୍ୟୁବଲାଇଟ୍‌ ଓ ଜୟ ହୋ ଭଳି ଚଳଚ୍ଚିତ୍ରର ତାଲିକା ସଲ୍‌ମାନ୍‌ଙ୍କ ନାମରେ ରହିଛି।

ସେହିପରି ୧୦୦ କୋଟିରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ରରେ ଦୀପିକାଙ୍କ ତୁଳନାରେ କ୍ୟାଟ୍ରିନା ପାଦେ ଆଗରେ ଅଛନ୍ତି। କ୍ୟାଟ୍ରିନାଙ୍କର ବକ୍ସ ଅଫିସରେ ହିଟ୍‌ ହୋଇଥିବା ଅଧିକାଂଶ ଚଳଚ୍ଚିତ୍ରରେ ସଲ୍‌ମାନ୍‌ ହିଁ ନାୟକ ସାଜିଛନ୍ତି। କ୍ୟାଟ୍ରିନାଙ୍କ ଅଭିନୀତ ସବୁଠୁ ଭଲ ରୋଜଗାର କରିଥିବା ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଟାଇଗର ଜିନ୍ଦା ହୈ’। ଏହି ଚଳଚ୍ଚିତ୍ର ୩୩୯କୋଟି ଲାଭ କରିଛି। ଏହା ବ୍ୟତୀତ ତାଙ୍କ ଅଭିନୀତ ଧୁମ-୩, ଭାରତ, ଏକ୍‌ ଥା ଟାଇଗର, ବାଙ୍ଗବାଙ୍ଗ୍‌, ଥଗ୍‌ସ ଅଫ୍ ହିନ୍ଦୋସ୍ତାନ, ଜବ ତକ୍‌ ହୈ ଜାନ୍‌ ଚଳଚ୍ଚିତ୍ରର ଆୟ ୧୦୦ କୋଟି ଅତିକ୍ରମ କରିଛି। ସେହିଭଳି ଦୀପିକାଙ୍କ ‘ପଦ୍ମାବତ୍‌’ ୨୮୨.୨୮ କୋଟି ଆୟ କରିଥିବା ବ‌େଳେ ଚେନ୍ନାଇ ଏକ୍ସପ୍ରେସ, ବାଜିରାଓ ମସ୍ତାନି, ହାପି ନିଉ ଇୟର, ୟେ ଜୱାନି ‌‌ହୈ ଦିୱାନୀ, ଗୋଲିଓଁ କି ରାସଲୀଲା ରାମ ଲୀଲା ୧୦୦ କୋଟିରୁ ଅଧିକ ଆୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe