‘ଗୋଲ୍‌ଡ଼’ରେ ମୌନିଙ୍କ ବୋଲ୍‌ଡ ଅବତାର

Advertisment
‘ଗୋଲ୍‌ଡ଼’ରେ ମୌନିଙ୍କ ବୋଲ୍‌ଡ ଅବତାର

ଛୋଟ ପରଦାରେ ନିଜର ଅଭିନୟ ଜଲ୍‌ଓ୍ଵା ଦେଖାଇ ସାରିିବା ପରେ ବଡ଼ ପରଦାରେ କମାଲ୍‌ ଦେଖାଇବାକୁ ଯାଉଛନ୍ତି ମୌନି ରୟ। ସେ ମେଗା ଧାରାବାହିକ‘ନାଗିନ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି।
ମୌନିଙ୍କର ଦୁଇଟି ସିନେମା ପଛକୁ ପଛ ରିଲିଜ୍‌ ହେବ। ଏଥିମଧ୍ୟରୁ ପ୍ରଥମଟି ‘ଗୋଲ୍‌ଡ଼’। ଏହା ତାଙ୍କର ଡ଼େବ୍ୟୁ ଫିଲ୍ମ।ଏଥିରେ ମୌନିଙ୍କୁ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ବିପକ୍ଷରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମଟି ଆଗାମୀ ମାସରେ ରିଲିଜ୍‌ ହେବାକୁ ଯାଉଛି ବୋଲି ଜଣାପଡ଼ିଛି । ଏବେ ଶୁଣିବାକୁ ମିଳୁଛି ଯେ,‘ଗୋଲ୍‌ଡ଼’ରେ ମୌନି ରୟ ବୋଲ୍‌ଡ଼ ଅବତାରରେ ଆସିବେ।

publive-image India.com

ଅପରପକ୍ଷରେ ମୌନିଙ୍କୁ ଏକ ବିଗ୍‌ ବଜେଟ୍‌ ସୁପରହିରୋ ସିନେମା ‘ବ୍ରହ୍ମାସ୍ତ୍ର’ରେ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବିଗ୍‌ ବି ଅମିତାଭ ବଚ୍ଚନ,ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ମୌନି। ଏ ସଂପର୍କରେ ମୌନି କହିଛନ୍ତି ଯେ, ରଣବୀର ଓ ଆଲିଆଙ୍କ ସହିତ କାମ କରିବା ସମ୍ମାନର କଥା।

ରଣବୀର ଓ ଆଲିଆଙ୍କ ଠାରୁ ବହୁତ କଥା ଶିଖିବାକୁ ମିଳିଛି ବୋଲି କହିଛନ୍ତି ମୌନି ରୟ। ଏଠାରେ ସୂଚନାଯୋଗ୍ୟ କି ଏବେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ବୁଲଗେରିଆଠାରେ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe