ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ଅଭିନେତ୍ରୀ ମୌନୀ ରୟ, ଏମିତି ମତାମତ ଦେଲେ ପ୍ରଶଂସକ

Advertisment
ସମୁଦ୍ର କୂଳରେ ବିକିନିରେ ନଜର ଆସିଲେ ଅଭିନେତ୍ରୀ ମୌନୀ ରୟ, ଏମିତି ମତାମତ ଦେଲେ ପ୍ରଶଂସକ

ମୁମ୍ବ‌ାଇ: ନିଜ ସୌନ୍ଦର୍ଯ୍ୟ ଓ ଜବରଦସ୍ତ ଅନ୍ଦ‌ାଜରେ ଦର୍ଶକଙ୍କୁ ବାନ୍ଧି ରଖିବାର କଳା ଅଭିନେତ୍ରୀ ମୌନୀ ରୟଙ୍କୁ ବେଶ୍‌ ଜଣା। ସେ ୩୭ ବର୍ଷ ବୟସରେ ବି କଲେଜ ପଢୁଆ ଝିଅ ପରି ଲାଗନ୍ତି। ନିକଟରେ ତାଙ୍କର କିଛି ବିକିନି ପିନ୍ଧା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ତାଙ୍କର ଏହି ଫଟୋକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।

ମୌନୀ ସମୁଦ୍ର କୂଳରେ ବିକିନି ପରିଧାନ କରି ଫଟୋ ଉଠାଇ ଥିବାର ନଜର ଆସିଛନ୍ତି। କେଶ ଖୋଲା କରିବା ସହ ଗର୍ଜିୟସ୍ ମେକ୍‌-ଅପ୍‌ରେ ଏକଦମ ଆକର୍ଷଣୀୟ ଦିଶୁଛନ୍ତି ମୌନୀ।

ଏକ ମଲ୍‌ଟି କଲର୍‌ ବିକିନି ପିନ୍ଧି ସେ ବିଭିନ୍ନ ପୋଜ୍‌ରେ ‌ଫଟୋ ଉଠାଇଛନ୍ତି। ସେହି ସବୁ ଫଟୋ ଏବେ ଭାଇରାଲ୍‌ ହେଉଛି। ବିକିନ ସହ ଏକ ସନ୍‌ଗ୍ଲାସ୍‌ ପିନ୍ଧି ମୌନୀ ତାଙ୍କ ଲୁକ୍‌କୁ ପୂରା କରିଛନ୍ତି।

ମୌନୀ ରୟଙ୍କ ପ୍ରଶଂସକ ତାଙ୍କ ବିକିନି ଲୁକ୍‌କୁ ବେଶ ପସନ୍ଦ କରୁଛନ୍ତି। ତାଙ୍କୁ କେହି ‘ଫାୟାର୍‌’ ବୋଲି କମେଣ୍ଟ୍‌ରେ ଲେଖିଥିବା ବେଳେ କେହି ହାର୍ଟ ଇମୋଜି ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସବୁଠାରୁ ହଟ୍‌ ନାଗିନ୍‌’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ସମୁଦ୍ର ପାଣି ବି ଗରମ ହୋଇଗଲା’।

ଟେଲିଭିଜନ୍‌ ତଥା ବଲିଉଡର‌ ଜଣାଶୁଣା ଅଭିନେତ୍ରୀ ମୌନୀ ରୟ। ସେ ଅଧିକାଂଶ ସମୟ‌ରେ ନିଜର ବ୍ୟକ୍ତିଗତ କଥାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ଅନ୍ତରରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ଚର୍ଚ୍ଚା ପାଲଟୁଥିବା ମୌନୀ ଏଥର ନିଜ ବିକିନ ଲୁକ୍‌ ପାଇଁ ନଜରକୁ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe