ନାଗିନ୍ କରିବା ପୂର୍ବରୁ ୩ମାସ ଶର୍ଯ୍ୟାଶାୟୀ ଥି‌ଲି, ମରିଯିବି ବୋଲି ଭାବିଥିଲି: ମୌନି ରଏ

ନାଗିନ୍ କରିବା ପୂର୍ବରୁ ୩ମାସ ଶର୍ଯ୍ୟାଶାୟୀ ଥି‌ଲି, ମରିଯିବି ବୋଲି ଭାବିଥିଲି: ମୌନି ରଏ

ମୁମ୍ବାଇ: ଟିଭିରୁ ବଲିଉଡକୁ ଯାତ୍ରା କରି ଲୋକପ୍ରିୟ ହୋଇଛନ୍ତି ମୌନି ରଏ। ଧାରାବାହିକ ନାଗିନ୍ ତାଙ୍କୁ ଘରେ ଘରେ ଲୋକପ୍ରିୟ କରିଥିବା ବେଳେ ଏ‌ପର୍ଯ୍ୟନ୍ତ ସେ ଅନେକ ଧାରାବାହିକ, ଫିଲ୍ମ ଓ ମ୍ୟୁଜିକ ଭିଡିଓରେ ନଜର ଆସି ସାରିଛନ୍ତି। ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର, ରଣବୀର କପୁର ଓ ରାଜକୁମାର ରାଓଙ୍କ ସହିତ କାମ କରି ସାରିଥିବା ମୌନି ଏବେ ନିଜ ସ୍ବାସ୍ଥ୍ୟାବସ୍ଥା ବିଷୟରେ କହିଛନ୍ତି। କିଭଳି ସେ ନାଗିନ୍ ଅଫର ଗ୍ରହଣ କରିବା ପୂର୍ବରୁ ୩ମାସ ଶର୍ଯ୍ୟାଶାୟୀ ଥି‌ଲେ ତାହା ଜଣାଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ନାଗିନ ଆରମ୍ଭ ହେବା ପୂର୍ବରୁ ମୁଁ ଏକ ଏଭଳି ସମୟ ଦେଇ ଗତି କରିଥିଲି, ଯାହା ମୋ ପାଇଁ କଷ୍ଟଦାୟକ ଥିଲା। ମୋତେ ଲାଗିଥିଲା ମୁଁ ମରିଯିବି। ସେ ସମୟରେ ମୁଁ ଗୁରୁତର ଅସୁସ୍ଥ ଥିଲି । ଝଲକ ଦିଖଲା ଜା-୯ ସମାପ୍ତ କରିବା ପରେ ମୋ ମେରୁଦଣ୍ଡରେ ଏଲ୪-ଏଲ୫ର ସମସ୍ୟା ହୋଇଥିଲା, ଯାହା ଦ୍ବାରା ମୁଁ ସିଧା ଛିଡ଼ା ହୋଇପାରୁନଥିଲି। ଦିନକୁ ୩୦ରୁ ଅଧିକ ଔଷଧ ଖାଉଥିବା ସହ ଇଞ୍ଜେକ୍ସନ ନେଉଥିଲି । ଛିଡ଼ା ହୋଇପାରୁନଥିବାରୁ ମୁଁ ଶୋଇ ରହୁଥିଲି । ଏହି ସମୟରେ ମୋ ଓଜନ ବଢ଼ିଯାଇଥିଲା । ସବୁକିଛି ମୋତେ ଅନ୍ଧାର ଦିଶୁଥିବା ବେଳେ ୩ମାସ ପରେ ମୁଁ ସୁସ୍ଥ ହୋଇଥିଲି। ଏହି ସମୟରେ ମୋତେ ନାଗିନ୍ ଅଫର କରାଯାଇଥିଲା, ଯାହା ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe