ଚଳଚ୍ଚିତ୍ର ‘ବାଳୀ: ଦ ସେଭିଅର୍‌’ରେ ଦର୍ଶକଙ୍କୁ ଭଲ ଲାଗିଛି ସୂର୍ଯ୍ୟକାନ୍ତଙ୍କ ଅଭିନୟ

ଚଳଚ୍ଚିତ୍ର ‘ବାଳୀ: ଦ ସେଭିଅର୍‌’ରେ ଦର୍ଶକଙ୍କୁ ଭଲ ଲାଗିଛି ସୂର୍ଯ୍ୟକାନ୍ତଙ୍କ ଅଭିନୟ

ଭୁବନେଶ୍ବର:  ପୂଜା ଉପଲକ୍ଷେ ମୁକ୍ତିଲାଭ କରିଛି ବହୁପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ବାଳୀ: ଦ ସେଭିଅର୍’। କୁହାଯାଏ, ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ସୂର୍ଯ୍ୟକାନ୍ତ ଓରଫ୍ ହାପି ଦିନେ ଭଲ ଭୂମିକାରେ ଅଭିନୟ କରିବାର ସ୍ବପ୍ନ ଦେଖିଥିଲେ। ତାଙ୍କର ସେଇ ସ୍ବପ୍ନ ଏବେ ପୂରଣ ହେଇଛି। ସୂର୍ଯ୍ୟକାନ୍ତ ନିଜେ କାହାଣୀର ନାୟକ ସାଜିବା ସହ ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି। ଜଣେ ସାଧାରଣ ଯୁବକ ହେଇ ବସ୍ତିବାସିନ୍ଦାଙ୍କ ପାଇଁ ସେ କିପରି ନିଜ ଜୀବନକୁ ବାଜି ଲାଗାଇଦେଇଛନ୍ତି ତାହା ତାଙ୍କ ଚରିତ୍ର ମାଧ୍ୟମରେ ପ୍ରତିଫଳିତ ହେଇଛି। ହାପିଙ୍କ ଆକ୍ସନ୍, ଷ୍ଟଣ୍ଟ, ଲଭ୍, ରୋମାନ୍ସ ଏବଂ ନୃତ୍ୟ-ଅଭିନୟ ଦର୍ଶକଙ୍କୁ ଚକିତ କରିଛି।

publive-image

ଏଇ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମାମା ସାମଲ। ଏ ଦୁହିଙ୍କ ବ୍ୟତୀତ କାହାଣୀର ଅନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ବାପି ରାୟ, ସ୍ମିତା ମହାନ୍ତି, ହରିହର ମହାପାତ୍ର, ଚିନ୍ତାମଣି ବିଶ୍ବାଳ, ଜ୍ଞାନ ଓ ହାସ୍ୟାଭିନେତା ରବି ପ୍ରମୁଖ ଅଭିନୟ କରିଛନ୍ତି। ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ.ମୁରଲୀକ୍ରିଷ୍ଣା। ସୂର୍ଯ୍ୟକାନ୍ତ ଏହା ପୂର୍ବରୁ ‘ଗୁଡ୍ଡୁ ଆଣ୍ଡ ଗୁଡ୍ଡିରେ’ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏବେ ‘ବାଳୀ’ ଚଳଚ୍ଚିତ୍ର ମାଧ୍ୟମରେ ବି ସେ ଦର୍ଶକଙ୍କୁ ଆକୃଷ୍ଟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe