ଭାରତର ଏହି ପ୍ରଧାନମନ୍ତ୍ରୀମାନଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଏହି ସିନେମା...

Advertisment
ଭାରତର ଏହି ପ୍ରଧାନମନ୍ତ୍ରୀମାନଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଏହି ସିନେମା...

ବର୍ଷ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଡା. ମନମୋହନ ସିଂହଙ୍କ ଉପରେ ବନିଥିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଟ୍ରେଲର ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରହିଛି । ଫିଲ୍ମରେ ମନମୋହନଙ୍କ ଭୂମିକାରେ ଅଭିନେତା ଅନୁପମ ଖେର ଦେଖାଦେବେ । ତେବେ ଏପର୍ଯ୍ୟନ୍ତ ଦେଶର କେଉଁ କେଉଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଫିଲ୍ମ, କ୍ଷୁଦ୍ର ସିନେମା, ଡକ୍ୟୁମେଣ୍ଟ୍ରି ନିର୍ମିତ ହୋଇସାରିଛି କିମ୍ବା ନିର୍ମାଣ ହେବାକୁ ଅଛି ଆସନ୍ତୁ ଜାଣିବା।

ଜବାହର ଲାଲ ନେହରୁ : ଜବାହର ଲାଲ ନେହରୁ ୧୯୪୭ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଜଣେ ଆମେରିକୀୟ ନିର୍ଦ୍ଦେଶକ A Day In The Life Of Prime Minister Nehru ନାମକ ଏକ ଡକ୍ୟୁମେଣ୍ଟ୍ରି ନିର୍ମାଣ କରିଥିଲେ । ଯାହା ପାଇଁ ନିର୍ଦ୍ଦେଶକ ନେହେରୁଙ୍କ ସହ ଜଳଖିଆ ଠାରୁ ଆରମ୍ଭ କରି ଡିନର ପର୍ଯ୍ୟନ୍ତ , ପୁରା ଦିନ ବିତାଇଥିଲେ ।

publive-image

ଲାଲ ବାହାଦୁର ଶାସ୍ତ୍ରୀ : ଲାଲ ବାହାଦୁର ଶାସ୍ତ୍ରୀ ୧୯୪୬ରେ ମେ ରୁ ସେପ୍ଟେଟର ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଶାସ୍ତ୍ରୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା କରିସାରିଛନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ବିବେକ ଟୁଇଟ କରି ଏହାର ସୂଚନା ଦେଇଛନ୍ତି ।

ଇନ୍ଦିରା ଗାନ୍ଧୀ : ପ୍ରଥମେ ୧୯୬୬ରୁ ୧୯୭୭ ଏବଂ ପୁଣି ୧୯୮୪ରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ଭାରତର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ । ତାଙ୍କ ଉପରେ ଅନେକ ଫିଲ୍ମ ହୋଇସାରିଛି । ଏଥିରେ ୧୯୭୫ରେ ଫିଲ୍ମ ‘ଆନ୍ଧୀ’ , ୧୯୭୭ରେ ‘କିସସା କୁର୍ସି କା’, ୨୦୦୫ରେ ‘ଅମୁ’, ୨୦୧୬ରେ ‘ଅକ୍ଟୋବର’ ଓ ୨୦୧୭ରେ ‘ଇନ୍ଦୁ’ ସରକାର ସାମିଲ ଅଛି ।

ମୋରାରଜୀ ଦେସାଇ : ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ବନିଲେ । ତାଙ୍କ ଭୂମିକାକୁ ଫିଲ୍ମ Solar Eclipse: Depth of Darkness ଦେଖାଯିବ । ଏହି ଫିଲ୍ମ ହଲିଉଡ-ବଲିଉଡ ମିଶି ନିର୍ମାଣ କରୁଛନ୍ତି । ଆମେରିକାରେ ଫିଲ୍ମ ରିଲିଜ ହେବାର ତାରିଖ ୩୦ ଜାନୁୟାରୀ ୨୦୧୯ ନିର୍ଦ୍ଧାରିତ ଅଛି ।

publive-image

ରାଜୀବ ଗାନ୍ଧୀ : ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଫିଲ୍ମ ଏପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ। କିନ୍ତୁ ୨୦୧୩ରେ ଆସିଥିବା ‘ମାଦ୍ରାସ କୈଫେ’ ରେ ତାଙ୍କର ହତ୍ୟା ସମୟକୁ ଦର୍ଶାଯାଇଛି ।

ଅଟଳ ବିହାରୀ ବାଜପେୟୀ : ୧୯୯୬ରେ ମେ ୧୬ରୁ ଜୁନ୍‌ ୧ ଏବଂ ୧୯୮୮ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ଅଟଳଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା ବ୍ୟାନର ସ୍ପେକ୍ଟ୍ରମ୍‌ ମୁଭିଜ୍‌ ତରଫରୁ ଡିସେମ୍ବର ୨୦୧୭ରୁ କରାଯାଇସାରିଛି । ତାଙ୍କ ଫିଲ୍ମ ବନିଲେ, ଫିଲ୍ମର ନାମ ହେବ ‘ଯୁଗପୁରୁଷ ଅଟଳ’।

ନରେନ୍ଦ୍ର ମୋଦି : ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ବନିଲେ । ମୋଦିଙ୍କ ବାଲ୍ୟକାଳ ଉପରେ ୩୨ ମିନିଟର ଫିଲ୍ମ ‘ ‘Chalo Jeete Hain’ ୨୦୧୮ରେ ରିଲିଜ୍‌ ହୋଇଛି । କିନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବାୟୋଗ୍ରାଫି ବୋଲି ଦାବି କରୁନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe