ଆଜି ମୁକ୍ତିଲାଭ କରୁଛି ପପୁ ପମପମଙ୍କ ବିବାଦୀୟ ସିନେମା ‘ମିଷ୍ଟର କହ୍ନେୟା’

Advertisment
ଆଜି ମୁକ୍ତିଲାଭ କରୁଛି ପପୁ ପମପମଙ୍କ ବିବାଦୀୟ ସିନେମା ‘ମିଷ୍ଟର କହ୍ନେୟା’

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ପପୁ ପମ୍‌ପମଙ୍କ ବିବାଦୀୟ ସିନେମା ‘ମିଷ୍ଟର କହ୍ନେୟା’ ଆଜି ମୁକ୍ତିଲାଭ କରୁଛି। ଏଥିରେ ପପୁଙ୍କ ବିପକ୍ଷରେ ଅଛନ୍ତି ବଙ୍ଗୀୟ ନାୟିକା ଝିଲିକ। ଏହା ପପୁ-ଝିଲିକ୍ ଯୋଡ଼ିର ପ୍ରଥମ ସିନେମା। ‘ମିଷ୍ଟର କହ୍ନେୟା’ରେ ଜଣାଶୁଣା ଅଭିନେତ୍ରୀ  ଅଞ୍ଜନା ଦାଶ ଓ ପ୍ରତିଭା ପଣ୍ଡାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ରମେଶ ରାଉତ।
ସୂଚନାଯୋଗ୍ୟ, ‘ମିଷ୍ଟର କହ୍ନେୟା’ର ଏକ ପୋଷ୍ଟରକୁ ନେଇ ବିବାଦ ଉପୁଜିଥିଲା। ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏଭଳି ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ। ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା।


ଏହାପରେ ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା। ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା। ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା। ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଥିଲା ପ୍ରଯୋଜନା ସଂସ୍ଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe